ବିଶ୍ୱବିଦ୍ୟାଳୟରେ ପୁଣି ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ କିଛି ଯୁବକ

Published By : Prameya-News7 Bureau | February 20, 2025 IST

Breaking_1

ସମ୍ବଲପୁର ୨୦।୦୨ : କିଟ୍‌ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଗୋଟିଏ ପଟେ ସାରା କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ରାଜ୍ୟରେ ହୁଲସ୍ତୁଲ କରୁଥିବା ବେଳେ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଜଣକ ମେଟାକନୀ ମନ୍ଦିରର ପଛପଟ ପଡିଆରୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯିବ ସହ ପୋଲିସ ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରେ କିଛି ଯୁବକ ଜଣେ ଯୁବତୀଙ୍କୁ ଆକ୍ରମଣ କରୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ଲୋକେ ପାଟି କରିବା ପରେ ଯୁବକମାନେ ଛାଡି ପଳାଇଥିଲେ । ଯୁବତୀ ଜଣକ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସର ଛାତ୍ରୀ ବୋଲି ଜାଣିବାକୁ ପାଇଥିଲେ । ତେବେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଛାତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ଉଦ୍ଧାର କରି ମେଡିକାଲ ନେଇଛି । ମୁଣ୍ଡରେ ଆଘାତ ଥିବା ବେଳେ ସିଟି ସ୍କାନ କରାଯାଇଛି । ସେପଟେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଚାମ୍ପିଅନ୍ସ ଟ୍ରଫିରେ ହାଇଭୋଲଟେଜ ମୁକାବିଲା, ଦୁବାଇରେ ଭାରତ-ବାଂଲାଦେଶ ମଧ୍ୟର ଟକ୍କର

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.