ବଡ଼ବିଲ ୨୦।୦୨ : କେନ୍ଦୁଝର ଯୋଡ଼ା ସହର ଭିତର ଦେଇ ଯାଇଥିବା ଫ୍ଲାଏ ଓଭର ଉପରେ ଦୁର୍ଘଟଣା । ଟ୍ରେଲରକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ହାଇୱା ଡ୍ରାଇଭରଙ୍କ ପରିଚୟ ମିଳପାରିନାହିଁ । ଘଟଣାସ୍ଥଳରେ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରେଲରରେ ଖଣି କମ୍ପାନୀର ହୋଲ୍ ପ୍ୟାକ୍ ଡାଲାକୁ ଲୋଡ୍ କରି ନିଆଯାଉଥିଲା। ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ ଥିବାରୁ କିଛି ଅଂଶ ଟ୍ରେଲରର ବାହାରକୁ ବାହାରି ରହିଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଆଇରନ୍ ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲାକୁ ଧକ୍କା ଦେଇଥିଲା। ଏହାପରେ ପଛପଟୁ ଆସୁଥିବା ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ଫ୍ଲାଏ ଓଭର ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି। ଯୋଡ଼ା ପୋଲିସ୍ ଗାଡ଼ି ଗୁଡ଼ିକୁ ଜବତ୍ କରି ତଦନ୍ତ ଚଳାଇଛି ।
ବେଲେଶ୍ୱର ବୃଦ୍ଧ ଦମ୍ପତି ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବ ପୋଲିସ