ରାଉରକେଲାରେ ଅଘଟଣ, ପରିବାର ସହ ଫେରୁଥିବା ବେଳେ ବ୍ୟବସାୟୀଙ୍କୁ ଗୁଳିମାଡ଼

Published By : Prameya-News7 Bureau | February 23, 2025 IST

ରାଉରକେଲା ୨୩।୦୨ : ଷ୍ଟିଲ ସିଟି ରାଉରକେଲାରେ ଗୁଳିକାଣ୍ଡ । ରାଉରକେଲା ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ହୋଇଛି ଗୁଳି କାଣ୍ଡ । ଯେଉଁଥିରେ ବ୍ୟବସାୟୀ ବିଜୟ ଲାକ୍ରା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବାଲି ବ୍ୟବସାୟୀ ବିଜୟ ଲାକ୍ରା ତାଙ୍କ ପରିବାର ସହ ସେହି ସେକ୍ଟର 4ରୁ କାର ଯୋଗେ ଯାଉଥିବା ବେଳେ ପୋଷ୍ଟ ଅଫିସ ନିକଟରେ ଦୃର୍ବୁତ୍ତ କାର କୁ ଅଟକାଇ ଗୁଳି ମାଡ କରିଥିଲେ । ଶନିବାର ନିଜେ କାର ଚଲାଉଥିଲେ ବିଜୟ ଲାକ୍ରା , ବିଜୟଙ୍କ ବେକାର ଡାହାଣ ପଟେ ବାଜିଛି ଗୁଳି । ଗୁଳିମାଡ଼ କରି ଦୃର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରୁ ବିଜୟଙ୍କ ସ୍ତ୍ରୀ କାର ରୁ ଓହ୍ଲାଇ ସ୍ବାମୀ ବିଜୟ ଲାକ୍ରାଙ୍କୁ ଗୁରୁତର ଅବସ୍ଥାରେ ସ୍କୁଟିରେ IGH ଭର୍ତ୍ତି କରିଥିଲେ । ଏବା ତାଙ୍କୁ ଆଇସିୟୁରେ ରଖାଯାଇଛି । ବିଜୟ ଲାକ୍ରା ବାଲି ବ୍ୟବସାୟ କରନ୍ତି ଓ କୁଆଁରମୁଣ୍ଡାରେ ରୁହନ୍ତି । ବାଲି ବ୍ୟବସାୟକୁ ନେଇ ଏହି ଗୁଳିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ କରୁଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.