ପଚରାଉଚରାରେ ନିଜ ଭୁଲ୍ ମାନିଲେ ରଣବୀର ଆଲ୍ଲାହାବାଦିଆ, ଫ୍ରି’ରେ କରିଥିଲେ ସମୟ ରାଇନାଙ୍କ ଶୋ’

Published By : Prameya-News7 Bureau | February 26, 2025 IST

ମୁମ୍ଵାଇ ୨୬।୦୨; ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ପିତାମାତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେବା ପରଠାରୁ YouTuber ରଣବୀର ଆଲ୍ଲାହାବାଦିଆ ସମାଲୋଚନାର ଶିକାର ହୋଇଛନ୍ତି। ସୋମବାର ରଣବୀର ମହାରାଷ୍ଟ୍ର ସାଇବର ସେଲ୍ ସମ୍ମୁଖରେ ହାଜର ହୋଇଥିଲେ। ୟୁଟ୍ୟୁବର ବିବାଦ ଉପରେ ତାଙ୍କର ବୟାନ ରେକର୍ଡ କରିଥିଲେ। ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ଯେ ରଣବୀର ସ୍ୱୀକାର କରିଛନ୍ତି ଯେ ସେ ଏକ ବହୁତ ବଡ଼ ଭୁଲ କରିଛନ୍ତି।

ରଣବୀର ନିଜ ଭୁଲ ସ୍ୱୀକାର କଲେ

ତାଙ୍କ ବୟାନରେ, ରଣବୀର ସ୍ୱୀକାର କରିଛନ୍ତି ଯେ ସମୟ ରାଇନାଙ୍କ ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ସେ ବଡ ଭୁଲ କରିଛନ୍ତି। ସେ ଅଶ୍ଳୀଳ ପରିହାସରେ ଯାହା ବି କହିଥିଲେ ତାହା ଭୁଲ ହିଁ ଥିଲା। ଆଲ୍ଲାହାବାଦିଆ ଅଧିକାରୀମାନଙ୍କୁ କହିଥିଲେ ଯେ ସମୟ ରାଇନା ତାଙ୍କର ବନ୍ଧୁ ଥିଲେ। ସେଥିପାଇଁ ତାଙ୍କର ଶୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟକୁ ଯାଇଥିଲେ। ସେ ଶୋ’ର ଅଂଶ ହେବା ପାଇଁ କୌଣସି ଟଙ୍କା ନେଇ ନଥିଲେ। ୪ ଘଣ୍ଟାର ପଚରାଉଚରା ପରେ, ରଣବୀର ସାଇବର ଅଫିସରୁ ବାହାରକୁ ଆସୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ପାପାରାଜିଙ୍କୁ ଦେଖି ଶୀଘ୍ର ଦୌଡ଼ି ଗାଡ଼ିରେ ବସି ଯାଇଥିଲେ। ସେ ତାଙ୍କ ମୁହଁକୁ ଏକ ମାସ୍କ ଘୋଡ଼ାଇ ଦେଇଥିଲେ। 

ଅପୂର୍ବା-ଆଶିଷ ଚଞ୍ଚଲାନିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା

ମଙ୍ଗଳବାର ଦିନ ମହାରାଷ୍ଟ୍ର ସାଇବର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବ ମାଖିଜାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା। ଅପୂର୍ବ ବିବାଦୀୟ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ମଧ୍ୟ ଏକ ଅଂଶ ଥିଲେ। ତାଙ୍କର କମେଣ୍ଟ ସୋସିଆଲ ମିଡିଆରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଅଶ୍ଳୀଳତା ପ୍ରସାର କରିବା ପାଇଁ ଅପୂର୍ବାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ ରାଖୀ ସାୱନ୍ତଙ୍କୁ ମଧ୍ୟ ସମନ କରିଛନ୍ତି। ତାଙ୍କୁ ଫେବୃଆରୀ ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଖୀ ସମୟ ରାଇନାଙ୍କ ଶୋ’କୁ ଅତିଥି ଭାବରେ ଆସିଥିଲେ। ଏବେ ମହାରାଷ୍ଟ୍ର ସାଇବରକୁ ସମୟଙ୍କ ବୟାନ ରେକର୍ଡ କରିବ । ଏହି ମାମଲାରେ, ସୋମବାର ଆଶିଷ ଚାଞ୍ଚଲାନିଙ୍କ ବୟାନ ରେକର୍ଡ କରାଯାଇଛି। ଜଣାଶୁଣା ଯେ ଆହ୍ଲାବାଦିଆଙ୍କ ବିବାଦୀୟ ବୟାନ ବିରୋଧରେ ମହାରାଷ୍ଟ୍ର ସାଇବର ସେଲ୍ ଏବଂ ମୁମ୍ବାଇ ପୋଲିସ ତଦନ୍ତ କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.