ସମ୍ୱଲପୁର ୨୫/୦୨: ଚର୍ଚ୍ଚାରେ କଲେଜ ଛାତ୍ରୀ ତେଜସ୍ବିନୀ ପଣ୍ଡା । ଜଗତସିଂହପୁର ସାଦେଇପୁରର ଶୁଭେନ୍ଦୁ ପଣ୍ଡାଙ୍କ ଝିଅ ତେଜସ୍ୱିନୀଙ୍କୁ ନେଇ ପଲ୍ଲୀରୁ ଦିଲ୍ଲୀ ଗର୍ବୀତ । କାରଣ ରାଷ୍ଟ୍ରପତିଙ୍କ ଜୀବନି ଉପରେ ବହି ଲେଖି ତେଜସ୍ୱିନୀ ସାଉଁଟିଛନ୍ତି ପ୍ରଶଂସା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ ରଚିତ ବହିଟି ପ୍ରଦାନ କରିଛନ୍ତି ।
ତେଜସ୍ୱିନୀ ପଣ୍ଡା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ଲେଖିଥିବା ବହି ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବହିଟିର ନାଁ ହେଉଛି "ଓଡିଆ ଅସ୍ମିତାର ପ୍ରତୀକ ଦ୍ରୌପଦୀ ମୁର୍ମୁ । କେବଳ କେନ୍ଦ୍ରମନ୍ତ୍ରୀ ନୁହେଁ ପୁସ୍ତକଟିକୁ ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ପୂର୍ବରୁ ପ୍ରଦାନ କରିଛନ୍ତି । କହିବାକୁ ଗଲେ , ୭ ବର୍ଷ ବୟସରୁ ଲେଖାଲେଖି କରିବାକୁ ପସନ୍ଦ କରନ୍ତି ତେଜସ୍ୱିନୀ । ଏଯାବତ୍ ସେ ୫ଟି ବହି ଲେଖି ସାରିଲେଣି ।