ପାକିସ୍ତାନକୁ ଧୂଳି ଚଟାଇବା ପରେ ବିରାଟଙ୍କ ପାଇଁ ଅନୁଷ୍କାଙ୍କ ପ୍ରେମଭରା ପୋଷ୍ଟ, ୟୁଜର୍ସ କରୁଛନ୍ତି ପସନ୍ଦ

Published By : Prameya-News7 Bureau | February 25, 2025 IST

ମୁମ୍ଵାଇ ୨୫।୦୨; ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରେକର୍ଡ ଭାଙ୍ଗିଥିଲେ । ବିରାଟ କୋହଲି ଏହି ମ୍ୟାଚ୍‌ରେ କେବଳ ୧୪୦୦୦ ରନ୍ ପୂରଣ କରି ନଥିଲେ ବରଂ ସର୍ବାଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଥିଲେ । ଯାହା ପରେ କିଙ୍ଗ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି ।

ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୧୧ ବଲ୍‌ରେ ୭ଟି ଚୌକାରେ ୧୦୦ ରନ୍ କରିଥିଲେ । ଭାରତୀୟ ଦଳର ବିଜୟ ଏବଂ ବିରାଟଙ୍କ ଐତିହାସିକ ଶତକ ପାଳନ କରି ଅନୁଷ୍କା ତାଙ୍କ ସ୍ୱାମୀଙ୍କ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ବିରାଟ କୋହଲି କ୍ୟାମେରାକୁ ଥମ୍ବସ୍ ଅପ୍ ଦେଉଥିବାର ନଜର ଆସିଛନ୍ତି । ଅନୁଷ୍କା ଶର୍ମା ଏହି ଫଟୋରେ ଲାଲ ହାର୍ଟ ଏବଂ ହାତ ଯୋଡିଥିବା ଇମୋଜି ସେୟାର କରିଛନ୍ତି ।

ସେହି ସମୟରେ, ଦୁବାଇ ଷ୍ଟାଡିୟମରୁ ବିରାଟ କୋହଲିଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଫଟୋରେ, ବିରାଟ ତାଙ୍କ ୱେଡିଂ ରିଙ୍ଗକୁ କିସ୍ କରୁଥିବା ବେଳେ ତ ଆଉ ଗୋଟିଏ ଶତକ ହାସଲ କରିବା ପରେ ଆକାଶ ଆଡକୁ ଚାହିଁ ରହିଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଆଉ ଏକ ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ମ୍ୟାଚ୍ ଶେଷ ହେବା ପରେ, କିଙ୍ଗ କୋହଲି ପଡ଼ିଆରେ ଏକ ଭିଡିଓ କଲରେ ଅନୁଷ୍କାଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି । ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.