ଭୁବନେଶ୍ୱର ୨୫।୦୨ : ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୋଗ ଆସୁଛି କି ଯେଉଁମାନେ ଆୟକର ଫାଇଲ୍ କରୁଛନ୍ତି । ସେମାନଙ୍କ କାର୍ଡ କଟିଯାଉଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ । ସେନେଇ ନିଷ୍ପତ୍ତି ନିଆଯିବ । ଏପିରିକି ଆଜିବି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି କାହାର ବି କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ । ପ୍ରକୃତରେ ଯିବ ଗରିବ ଥିବା ତାଙ୍କର କାର୍ଡ ରହିବ । ଯଦି ଧନୀ ଲୋକ ଯଦି କାର୍ଡ ହାତେଇଥିବା , ତେବେ କଟିବ । ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ କାର୍ଡ କଟିଯାଇଛି । ତେବେ ବିଭାଗକୁ ଜଣାନ୍ତୁ , ଘଟଣାର ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ । ତେବେ ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଓ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କାଟିବାକୁ ନିର୍ଦ୍ଦେଶ ଆସିଛି । ଆମେ ଦେଖୁଛି ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ। ସେଥିପାଇଁ ଫିଜିକାଲ ଭେରିଫିକେସନ ଚାଲିଛି।
ବିରାଟଙ୍କୁ କାହିଁକି ଏମିତି କହିଲେ ଗୌତମ ଗମ୍ଭୀର, ସାମ୍ନାକୁ ଆସିଲା ପ୍ରକୃତ କାରଣ?