ଏଣିକି ଆଉ ବଢ଼ିବନି ଧାନ କିଣା ଅବଧି, ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଧାନ ସଂଗ୍ରହ ସରିଛି- ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | February 25, 2025 IST

ଭୁବନେଶ୍ୱର ୨୫।୦୨ : ଆଉ ବଢ଼ିବନି ଧାନ କିଣା ଅବଧି। ଡେଡ୍‌ଲାଇନ ଦେଲେ ରାଜ୍ୟ ସରକାର‌। ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନି ସରକାର । ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି। ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।


ତେବେ ନଭେମ୍ବର ୨୧ରୁ ବରଗଡ଼ରୁ ଧାନ କିଣା ପକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ପ୍ରଥମ ଥର ଏମ୍‌ଏସ୍‌ପି ୨୩ଶହ ଟଙ୍କା ସହ ୮ଶହ ଟଙ୍କା ଇନ୍‌ପୁଟ୍ ସହାୟତା ରାଶି ସହ ଚାଷୀଙ୍କ ଠାରୁ କୁଇଣ୍ଟାଲ୍ ପିଛି ୩୧ଶହ ଟଙ୍କାରେ ଧାନ କିଣୁଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି। ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି। ତେବେ ଆଉ ୩୫ ଦିନ ପରେ ଧାନ କିଣିବେନି ସରକାର। ଏନେଇ ଡେଡଲାଇନ ଲାଇନ୍ ସ୍ଥିରି କରାଯାଇଛି। ତେବେ କଟନୀ ଛନଟୀକୁ ଓ ଟୋକନ୍ ଅବ୍ୟବସ୍ଥା କାରଣରୁ ପୂର୍ବରୁ ଏକାଧିକ ଥର ଧାନକିଣା ଅବଧି ରାଜ୍ୟ ସରକାର ବଢ଼ାଇଥିଲେ ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.