‘ଯଦି ପାର୍ଟିକୁ ମୋର ଆବଶ୍ୟକତା ନାହିଁ ତେବେ ବିକଳ୍ପ ଉପଲବ୍ଧ ଅଛି’: ଶଶି ଥରରୁ

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେରଳର ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ଏଲଡିଏଫ୍ ସରକାରଙ୍କୁ ପ୍ରଶଂସା କରି ଏବେ ନିଜ ଦଳୀୟ ନେତାଙ୍କ ଟାର୍ଗେଟକୁ ଆସିଛନ୍ତି ସାଂସଦ ଶଶି ଥରରୁ । ଏହାରି ଭିତରେ ଶଶି ଥରରୁ ଚେତାବନୀ ଦେଇ କହିଛନ୍ତି ଯେ ସେ ପାର୍ଟି ପାଇଁ ସବୁବେଳେ ଉପଲବ୍ଧ ଅଛନ୍ତି, କିନ୍ତୁ ଯଦି ଦଳକୁ ତାଙ୍କ ସେବାର ଆବଶ୍ୟକତା ନାହିଁ ତେବେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ରହିଛି । ତେବେ ଇଣ୍ଡିଅନ ଏକ୍ସପ୍ରେସ୍ ମଲୟାଲମର ପଡକାଷ୍ଟରେ କଂଗ୍ରେସ ସାଂସଦ ପାର୍ଟି ପରିବର୍ତ୍ତନ ଗୁଜବକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଯଦିଓ ଚିନ୍ତାଧାରାରେ ମତଭେଦ ରହିଛି, କିନ୍ତୁ କଂଗ୍ରେସ ଛାଡ଼ିବା ବିଷୟରେ ଚିନ୍ତା କରିନାହାନ୍ତି ।

ଶଶି ଥରୁରଙ୍କ ଏହି ଟିପ୍ପଣୀ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ନିକଟରେ ଆମେରିକା ଗସ୍ତର ସଫଳତା ନେଇ ଶଶି ଥରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଯେଉଁଥି ପାଇଁ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଅନ୍ୟ ନେତାମାନେ ସମାଲୋଚନା କରିଥିଲେ ।ଅନ୍ୟପଟେ ସେ କେରଳରେ ପାର୍ଟି ନେତୃତ୍ୱକୁ ନେଇ ଲଗାତାର ପ୍ରଶ୍ନ ଉଠାଉଛନ୍ତି । ଏହାପରେ ପାର୍ଟିର କେରଳ ୟୁନିଟ୍ ମୁଖପତ୍ର ତାଙ୍କୁ ସମାଲୋଚନା କରି ଆଲେଖ୍ୟ ବି ଲେଖିଥିଲା । ପାର୍ଟି ବିରୋଧୀଙ୍କୁ ପ୍ରଶଂସା କରିବା ପ୍ରଶ୍ନର ଜବାବରେ ଥରରୁ କହିଛନ୍ତି ଯେ ସେ ରାଜନେତା ରୂପେ ନୁହେଁ ବିଚାର କରନ୍ତି ନାହିଁ ଏବଂ ତାଙ୍କ ଚିନ୍ତାଧାର ଏତେ ସଂକୀର୍ଣ୍ଣ ନୁହେଁ ।

ଥିରୁଅନନ୍ତପୁରରୁ ଚାରି ଥରର ସାଂସଦ ଶଶି ଥରୁର କଂଗ୍ରେସକୁ ସତର୍କ କରାଇ କହିଛନ୍ତି ଯେ ଯଦି ପାର୍ଟି କେରଳରେ ନିଜ ଭୋଟର ବେସ୍ ନବଢାଏ, ତେବେ ଦଳ ଲଗାତାର ତୃତୀୟ ଥର ବିରୋଧୀ ଦଳ ଆସନରେ ବସିବ । ଉଲ୍ଲେଖଯୋଗ୍ୟ ଯେ ଆଗାମୀ ବର୍ଷ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 

କେରଳର ବାମଦଳ ସରକାରକୁ ପ୍ରଶଂସା କରିବା ମାମଲାରେ ବିବାଦ ହେବା ପରେ ରାହୁଲ ଗାନ୍ଧୀ ଗତ ଫେବ୍ରୁଆରୀ 18ରେ ଶଶି ଥରରୁଙ୍କୁ ତଲବ କରିଥିଲେ । ଏହି ବୈଠକରୁ ନେଇ ସାମ୍ୱାଦିକଙ୍କ ପ୍ରଶ୍ନର ଜବାବରେ ଶଶି ଥରୁର କହିଥିଲେ ଯେ ବନ୍ଦ କଠୋରୀରେ ହୋଇଥିବା ଆଲୋଚନାକୁ ନେଇ ଅଧିକ ସୂଚନା ଦେଇପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.