ଆମେରିକାରେ ଇତିହାସ ରଚିଲା ‘ଗାର୍ଲ୍ସ ୱିଲ୍ ବି ଗାର୍ଲ୍ସ’: ପ୍ରଥମ ଭାରତୀୟ ସିନେମା ଭାବେ ଜିତିଲା ଏହି ପୁରସ୍କାର

Published By : Prameya-News7 Bureau | February 23, 2025 IST

indiatoday

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ସିନେମାର କମାଲ। ୨୦୨୫ ଫିଲ୍ମ ଇଣ୍ଡିପେଣ୍ଡେଣ୍ଟ ସ୍ପିରିଟ୍ ଆୱାର୍ଡସରେ ଜନ୍ କାସାଭେଟ୍ସ ପୁରସ୍କାର ଜିତିଲା ଭାରତୀୟ ସିନେମା- ଗାର୍ଲ୍ସ ୱିଲ୍ ବି ଗାର୍ଲ୍ସ। ପ୍ରଥମ ଭାରତୀୟ ସିନେମା ଭାବେ ‘ଗାର୍ଲ୍ସ ୱିଲ୍ ବି ଗାର୍ଲ୍ସ’ ଏହି ପୁରସ୍କାର ଜିତି ରେକର୍ଡ କରିଛି। ୧ ମିଲିଅନ ଡଲାରରୁ କମ୍ ଖର୍ଚ୍ଚରେ ତିଆରି ହେଉଥିବା ଶ୍ରେଷ୍ଠ ସିନେମାଗୁଡ଼ିକୁ ଏହି ପୁରସ୍କାର ଦିଆଯାଇଥାଏ।

ଗାର୍ଲ୍ସ ୱିଲ୍ ବି ଗାର୍ଲ୍ସ’ ସିନେମାର ନର୍ଦ୍ଦେଶନା ଦେଇଛନ୍ତି ଶୁଚି ତଲାତି। ପୁସିଂ ବଟନ୍ସ ଷ୍ଟୁଡିଓରେ ନିର୍ମିତ ହୋଇଥିବା ଏହି ସିନେମାକୁ ଅଭିନେତ୍ରୀ ରିଚା ଚଢା ଏବଂ ଅଭିନେତା ଅଲି ଫଜଲ ପ୍ରଯୋଜନା କରିଛନ୍ତି। ସିନେମାରେ କାନି କୁସୃତି, ପ୍ରୀତି ପାଣିଗ୍ରାହୀ ଏବଂ କେଶବ ବିନୟ କିରଣଙ୍କ ଭଳି କଳାକାର ଅଭିୟନ କରିଛନ୍ତି। ସିନେମାର ମୀରା ନାମକ ଏକ ଯୁବତୀଙ୍କ କାହାଣୀକୁ ବର୍ଣ୍ଣନା କରାଯାଇଛି। ମୀରା ଏକ କଠୋର ବୋର୍ଡିଂ ସ୍କୁଲରେ କିଭଳି ତାଙ୍କ କିଶୋରାବସ୍ଥାରେ ବିତାଉଛନ୍ତି ଏହା ଉପରେ କାହାଣୀଟି ପର୍ଯ୍ୟବେଶିତ।  

ଏହି ସମ୍ମାନୀୟ ପୁରସ୍କାର ମିଳିବା ପରେ ସିନେମାର ଲେଖକ ଓ ନିର୍ଦ୍ଦେଶକ ଶୁଚି ତଲାତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି “ଏହା ମୋ ପାଇଁ କେବଳ ଏକ ପୁରସ୍କାର ନୁହେଁ - ଆମେ ଯେଉଁ କାହାଣୀ କହିବାକୁ ବାହାରିଥିଲୁ ଏହା ତାହାର ଏକ ଶକ୍ତିଶାଳୀ ସ୍ୱୀକୃତି ମାତ୍ର। ଏହା ପ୍ରେମର ଏକ ପରିଶ୍ରମ ଥିଲା, ଏବଂ ଏହାକୁ ଦର୍ଶକ ଏବଂ ସମାଲୋଚକଙ୍କ ସହିତ ସମାନ ଭାବରେ ପ୍ରତିଧ୍ୱନିତ କରିବା ଖୁବ୍ ମଜାଦାର ଥିଲା।” 

ସେହିଭଳି ପ୍ରଯୋଜିକା ରିଚା ଚଢ଼ା ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ପୁରସ୍କାର ପ୍ରାମାଣିକ ସିନେମା ତିଆରି କରିବାକୁ ଆହୁରି ପ୍ରୋତ୍ସାହିତ କରିବ। ଏହା ସମସ୍ତଙ୍କ ପୁରସ୍କାର ବୋଲି ସେ କହିଛନ୍ତି। ଅଲି ଫଜଲ ମଧ୍ୟ ଏହି ପୁରସ୍କାର ପାଇଁ ଖୁସି ବ୍ୟକ୍ତ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.