ଭେଲେନସିଆ ୨୩।୨: ସାଉଥ ସିନେମା ସୁପରଷ୍ଟାର ଅଜିତ କୁମାରଙ୍କ ପୁଣିଥରେ ଏକ ଭୟାନକ ରେସିଂ ଦୁର୍ଘଟଣା ହୋଇଛି। ସ୍ପେନର ଭେଲେନସିଆରେ ଅନୁଷ୍ଠିତ ହୋଇଥିବା ହାଇସ୍ପିଡ ରେସିଂ ଇଭେଣ୍ଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଅଜିତ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଏହି ରେସିଂ ଏକ୍ସିଡେଣ୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାସକ ମଧ୍ୟରେ ଅଜିତଙ୍କ ଏହା ଦ୍ୱିତୀୟ ରେସିଂ ଏକ୍ସିଡେଣ୍ଟ।
ଅଜିତ କୁମାରଙ୍କୁ ତାଙ୍କ ଅଭିନୟ ପାଇଁ ଖୁବ୍ ପସନ୍ଦ କରାଯାଏ। ମୋଟର ସ୍ପୋର୍ଟସ ପାଇଁ ତାଙ୍କର ଖୁବ ସଉକ ରହିଛି। ଏଣୁ ଅଭିନୟ ସହ ସେ ରେସିଂରେ ମଧ୍ୟ ବେଶ୍ ସକ୍ରିୟ। ନିକଟରେ ସେ ସ୍ପେନରେ ଏକ ରେସିଂ ଇଭେଣ୍ଟରେ ଭାଗ ନେଇଥିଲେ। ଭିଡିଓରେ ତାଙ୍କୁ ଦୁର୍ଘଟଣା ପରେ କାରରୁ ବାହାରକୁ ବାହରୁଥିବାର ଦେଖାଯାଉଛି। ତେବେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ତାଙ୍କୁ ସାମାନ୍ୟତମ ଆଘାତ ମଧ୍ୟ ଲାଗି ନାହିଁ। ହେଲେ ଏହି ଘଟଣା ତାଙ୍କ ଫ୍ୟାନସ୍ ଙ୍କୁ ଚିନ୍ତାରେ ପକାଇଛି।
Ajith sir with fans at Valencia Spain.
— Ajith (@ajithFC) February 23, 2025
| pic: Venky | #AK #Ajith #AjithKumar | #AjithKumarRacing | #PSCSE | #PorscheSprintChallenge | #RedantRacing | #AKRacing | #VidaaMuyarchi | #GoodBadUgly | pic.twitter.com/pdtFGSHKwY
ଏହି ଏକ୍ସିଡେଣ୍ଟର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ କାର ରେସିଂ ଟ୍ରାକ୍ ରେ ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଉଛି। ତେବେ ଅଜିତ କୁମାର ଦୁର୍ଘଟଣାର ତୁରନ୍ତ ବାଦ୍ ନିଜକୁ କାରରୁ ବାହାରକୁ ବାହାର କରୁଥିବାର ଦେଖାଯାଇଛି। ଚଳିତମାସ ପ୍ରାରମ୍ଭରେ ପର୍ତ୍ତୃଗାଲ ଏଷ୍ଟୋରିଲରେ ହୋଇଥିବା ଦୁର୍ଘଟଣାର ମାତ୍ର କିଛିଦିନ ପୂର୍ବରୁ ହୋଇଥିଲା। ସେତେବେଳେ ଅଜିତ ରେସିଂ ନିମନ୍ତେ ପ୍ରାକ୍ଟିସ କରୁଥିଲେ। କାର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ହୋଇଥିଲା। ଏଥିରେ ଅଜିତ ସୁରକ୍ଷିତ ଥିଲେ ମଧ୍ୟ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା।
ଅଜିତ କୁମାରଙ୍କ ରେସିଂ ଦୁର୍ଘଟଣାର ଲିଷ୍ଟ ଦିନକୁ ଦିନ ଲମ୍ବିବାରେ ଲାଗିଛି। ସ୍ପେନ ଦୁର୍ଘଟଣାକୁ ମିସାଇ ତାଙ୍କର ୩ ଥର ଦୁର୍ଘଟଣା ହେଲାଣି। ପୂର୍ବରୁ ଦୁବାଇ ଟ୍ୱେଣ୍ଟିଫୋର-ଏଚ୍ ରେସିଂରେ ଅଜିତଙ୍କ କାର ନିୟନ୍ତ୍ରଣ ହରାଇଥିଲା ଓ ବାଉଣ୍ଡ୍ରି ସହିତ ଧକ୍କା ଲାଗିଥିଲା। ଏଥିରେ ମଧ୍ୟ ଅଜିତ ଅଳ୍ପକେ ବର୍ତ୍ତି ଯାଇଥିଲେ। ୱାର୍କଫ୍ରଣ୍ଟରେ ଅଜିତ ଏବେ ଆଦିକ ରବିଚନ୍ଦ୍ରନ ନିର୍ଦ୍ଦେଶିତ ଫିଲ୍ମ ଗୁଡ ବ୍ୟାଡ ଅଗ୍ଲିରେ କାମ କରୁଛନ୍ତି। ତାଙ୍କ ଫ୍ୟାନସ୍ ଏବେ ଆଗାମୀ ଫିଲ୍ମ ଅପେକ୍ଷାରେ ଅଛନ୍ତି।