ଅଚାନକ ଉଚ୍ଛୁଳିଲା ପୁଞ୍ଜି ବଜାର; ସେନସେକ୍ସ ବଢ଼ିଲା ୩ଶହ ଅଙ୍କ, Zomato, ମହିନ୍ଦ୍ରାରେ ରିକଭରୀ

Published By : Prameya-News7 Bureau | February 25, 2025 IST

ବମ୍ବେ: ମଙ୍ଗଳବାର ଅଚାନକ ଉଚ୍ଛୁଳିଲା ପୁଞ୍ଜି ବଜାର । ଲମ୍ବା ସମୟ ପରେ ସେୟାର ମାର୍କେଟରେ ସବୁଜ ସଙ୍କେତ ଦେଖିବାକୁ ମିଳିଛି । ଚଳିତ ସପ୍ତାହର ଦ୍ବିତୀୟ କାରବାର ଦିନ ଆରମ୍ଭରୁ ଉପରମୁହାଁ ହୋଇଥିଲା ପୁଞ୍ଜି ବଜାର । ୩୦ ସେୟାର ବିଶିଷ୍ଟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୩ଶହ ପଏଣ୍ଟ ବୃଦ୍ଧି ପାଇଥିଲା । ସେହିପରି ସକାଳୁ ସକାଳୁ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟ ଗ୍ରୀନ୍ ଜୋନକୁ ଚାଲିଯାଇଥିଲା । ଫଳରେ କିଛି ଦିନ ହେଲା କ୍ଷତିରେ ଚାଲୁଥିବା ଷ୍ଟକ୍ସ ସାମାନ୍ୟ ରିକଭରୀ ଦେଖିବାକୁ ମିଳିଛି । ଏଥିରେ ଆଗରେ ରହିଛି ଏମ୍ ଆଣ୍ଡ ଏମ୍, Zomato ଏବଂ ଏୟାରଟେଲ ଭଳି କମ୍ପାନି । 

କିଛି ଦିନ ହେଲା ଅମେରିକା ସେୟାର ବଜାରଠୁ ଆରମ୍ଭ କରି ଏସିଆୟୀ ପୁଞ୍ଜି ବଜାର ପର୍ଯ୍ୟନ୍ତ ସବୁ ମନ୍ଥର ଗତିରେ ଚାଲୁଛି । ଫଳରେ ପ୍ରାୟ ଦୁଇ ମାସ ମଧ୍ୟରେ ୪୫ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଯାଇଛି । ଆଜି ସକାଳୁ ବଜାର ଖୋଲିବା ପରେ ସେନସେକ୍ସ ଏବଂ ନିଫ୍ଟି ଅନୁରୂପ ଢଙ୍ଗରେ କାରବାର ଆରମ୍ଭ କରିଥିଲେ । ବିଏସଇ ସେନସେକ୍ସ ୭୪,୪୪୦ ଅଙ୍କରୁ ଆରମ୍ଭ ହୋଇଥିଲା । ହେଲେ ଗୋଟିଏ ଘଣ୍ଟା ପରେ ଏହା ଅଚାନକ ବଢ଼ିବାକୁ ଲାଗିଥିଲା । ସେନସେକ୍ସ ୩ଶହ ଅଙ୍କ ଡେଇଁ ୭୪,୭୮୫ ଅଙ୍କରେ ପହଞ୍ଚିଥିଲା ।  ସେହିପରି ଏନଏସଇ ନିଫ୍ଟି ୨୨,୫୧୬ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା ଏବଂ ୨୨,୬୨୫ ଲେଭଲ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।   

ମଙ୍ଗଳବାର ସେୟାର ବଜାର କାରବାର ଆରମ୍ଭ ହେବାର ଗୋଟିଏ ଘଣ୍ଟା ପରେ ୧୫୮୧ କମ୍ପାନିଙ୍କ ସେୟାର ଉଚ୍ଛୁଳି ଗ୍ରୀନ୍ ଜୋନକୁ ଛୁଇଁଥିଲା । ମାତ୍ର ୬୬୬ କମ୍ପାନିଙ୍କ ସେୟାର ନିମ୍ନମୁହାଁ ରେଡ୍ ଜୋନକୁ ଚାଲିଯାଇଥିଲା । ୧୨୩ ସେୟାରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.