ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଅନ୍ନାମୟା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ହାତୀପଲଙ୍କ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ମଙ୍ଗଳବାର ସକାଳ ସାଢେ ୫ଟାରେ ଓବୁଲବାରୀପଲ୍ଲେ ମଣ୍ଡଳର ଗୁଣ୍ଡାଲାକୋନା ବନାଞ୍ଚଳରେ ଘଟିଛି । ଓବୁଲବାରୀପଲ୍ଲେ ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, କିଛି ଭକ୍ତ ଶିବରାତ୍ରି ଉପଲକ୍ଷେ ଭଗବାନ ଶିବଙ୍କ ଦର୍ଶନ କରିବା ଲାଗି ଶେଷଚଲମ ଜଙ୍ଗଲ ଦେଇ ଯାତ୍ରା କରୁଥିଲେ । ତାଲାକୋନା ନିକଟରେ ପହଞ୍ଚିବା ବେଳେ ହାତୀପଲ ଥିବା ଦେଖିବାକୁ ପାଇଥିଲେ । ହଠାତ୍ ହାତୀ ଆକ୍ରାମକ ହୋଇଥିଲେ ଏବଂ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ ।
ପୋଲିସ ଅଧିକାରୀ କହିଛନ୍ତି, ହାତୀ ଆକ୍ରମଣରୁ ବଞ୍ଚିବା ଏବଂ ଡରାଇବା ପାଇଁ ପୀଡ଼ିତମାନେ ଜୋର୍ ଜୋରରେ ପାଟି କରିବା ଆରମ୍ଭ କରିଥିଲେ । କିନ୍ତୁ ହାତୀପଲ ମୁହଁରୁ ବଞ୍ଚିପାରି ନଥିଲେ । ଭୟରେ ଲୋକେ ଦୌଡ଼ିବାକୁ ଆରମ୍ଭ କରିଥିଲେ । ଏହି ସମୟରେ ହାତୀପଲ ସେମାନଙ୍କୁ ଦଳି ଦେଇଥିଲା । ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମୃତ ପାଞ୍ଚ ଜଣ ରେଲୱେ କୋଡ୍ଡୁରୁ ମଣ୍ଡଳର ଉରଲାଡ୍ଡାପଡ୍ଡୁ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି ।
అన్నమయ్య జిల్లా ఓబులవారిపల్లె మండలం గుండాలకోన ఆలయం వద్ద ఏనుగుల దాడిలో భక్తులు ప్రాణాలు కోల్పోవడంపై గౌరవ ముఖ్యమంత్రి శ్రీ నారా చంద్రబాబు నాయుడు తీవ్ర దిగ్భ్రాంతి వ్యక్తం చేశారు. క్షతగాత్రులకు మెరుగైన వైద్యం అందించాలని ఆదేశించారు. బాధిత కుటుంబాలను ఆదుకుంటామని ప్రకటించారు.
— CMO Andhra Pradesh (@AndhraPradeshCM) February 25, 2025
ଘଟଣାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।