ଉଦଳା ୨୫।୦୨ : ଏ କି ପ୍ରକାର ମାନସିକତା । ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼ ମାରିଲେ ।ଯେଉଁଥିରେ ଯୁବତୀ ଜଣଙ୍କ ଗୁରୁତର ହୋଇଛନ୍ତି । ଭୁଲିଗଲେ ନିଜର ସୀମା ଓ ମାନବିକତା । ଅଭିଯୋଗ ଅନୁସାରେ ଜଣେ ଛାତ୍ର ଅତି ନିର୍ଦୟ ଭାବେ ଯୁବତୀଙ୍କୁ ମାଡ଼ ମାରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଭୀମତାଳି ହାଇସ୍କୁଲରେ ଏଭଳି ଘଟଣା ଘଟିଛି।
ଉଦଳା ଥାନା ମଦନାପାଳ ଗାଁର ଯୁଗଳ ବେହେରାଙ୍କ ମାନସିକ ବିକାରଗ୍ରସ୍ତ ଝିଅ ରଚନା ବେହେରା ମଙ୍ଗଳବାର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟକୁ ଯାଇଥିଲେ । ହେଲେ ସେ ମାନସିକ ବିକାରଗ୍ରସ୍ତ ଲାଗି ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ । ଯାହାକୁ ପରିସ୍କାର କରିବା ନିମନ୍ତେ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ । ହେଲେ ସେ ମନା କରିବାକୁ ଛାତ୍ରମାନେ ନିର୍ଘାତ ମାଡ଼ ମାରିଥିଲେ । ଏପିରିକି ଯୁବତୀଙ୍କ ବାଡ଼ିରେ ମାଡ଼ ମାରିଥିଲେ । ଯାହାଫଳରେ ତାଙ୍କ ଦେହ ସାରା ଦାଗ ହୋଇଥିଲା । ଯୁବତୀ ଜଣଙ୍କ ଘରକୁ ଯାଇ ପରିବାର ଆଗରେ ଘଟଣା ସଂପର୍କରେ କହିଥିଲେ । ଶେଷରେ ପରିବାର ଲୋକ ଘଟଣାକୁ ନେଇ ଉଦଳା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଉଦଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।