ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଗିରଫ

Published By : Prameya-News7 Bureau | February 23, 2025 IST

ଆଠଗଡ଼ ୨୩।୦୨ : ବଡ଼ମ୍ବା ପୋଲିସକୁ ସଫଳତା । ବଡ଼ଧରଣର ଚୋରି ରାକେଟ୍‌ ଠାବ । ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରକାଶ ନାଏକ, ଚନ୍ଦ୍ରମଣି ବେହେରା, ନେତ୍ରାନନ୍ଦ ନାଏକ, ଦିଲ୍ଲୀପ କୁମାର ସାହୁ, ବନମାଳୀ ରାଉତ ବୋଲି ଜଣାପଡିଛି ।

କଟକ ବଡମ୍ବା ବ୍ଲକ ଇଚ୍ଛାପୁର ପଞ୍ଚାୟତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରୁ ଯନ୍ତ୍ରାଂଶ ଓ ବିଭିନ୍ନ ସମୟରେ ଲୋକଙ୍କୁ ଘରୁ ପାଣି ପମ୍ପ ଚୋରି ହୋଇଥିଲା । ଯାହାକୁ ନେଇ ପୋଲିସ ତନାଘନା ଜାରି ରଖିଥିଲା । ଶେଷରେ ପୋଲିସ ଏହି ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ଡକାୟତିରେ ସାମିଲ ଥିବା ବେଳେ ବାକି ୨ ଜଣ ଚୋରି ସାମଗ୍ରୀକୁ କିଣୁଥିବାର ଅଭିଯୋଗ ରହିଛି । 

ତେବେ ଗିରଫ ଅଭିଯୁକ୍ତଙ୍କ ନିକଟରୁ କିଛି ସାମଗ୍ରୀ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ହେବ । ଏହାବ୍ୟତୀତ ଏକ ଅଟୋ, ଛୁରୀ, ଭୂଜାଲି, କଟର ମଧ୍ୟ ଜବତ ହୋଇଛି । କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ବଡ଼ମ୍ବା ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିଲା । 

Trump on USAID; ‘ଭାରତକୁ ଆର୍ଥିକ ସହାୟତାର ଆବଶ୍ୟକତା ନାହିଁ, ସୁବିଧା ନେଇ ଆମେରିକାଠୁ ଉଠାଉଛି ଫାଇଦା’

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.