ନବ ଦାସ ହତ୍ୟା ମାମଲା, ବିବାଦରେ ସାକ୍ଷୀଙ୍କ ସାର୍ଟର ରଙ୍ଗ

Published By : Prameya-News7 Bureau | January 20, 2025 IST

ଝାରସୁଗୁଡ଼ା ୨୦।୦୧ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା । ପୁରା ଘଟଣାରେ ସିବିଆଇ ତଦନ୍ତ କରିବାକୁ ଦାବି ଉଠୁଥିବା ବେଳେ ଏବେ ଆଉ ଏକ ତଥ୍ୟକୁ ନେଇ ଚର୍ଚ୍ଚା । ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ଚାର୍ଜସିଟ୍‌ରେ ବଦଳି ଯାଇଥିବା ଅଭିଯୋଗ ଆସିଛି । ଏନେଇ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ଚାଞ୍ଚଲ୍ୟକର ବୟାନ ଗଣମାଧ୍ୟମରେ ଦେଇଛନ୍ତି । 

ତେବେ ସାକ୍ଷୀଙ୍କ ବୟାନ ଅନୁସାର, ଯେଉଁଦିନ ନବଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେଦିନ ମୁଁ ଘଟଣାସ୍ଥଳରେ ଉପସ୍ଥିତ ଥିଲି । ମୁଁ ନବ ଦାସଙ୍କୁ ଉଠାଇ ଗାଡିରେ ରଖିଥିଲେ । ହେଲେ ସେଦିନ ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି । କିନ୍ତୁ ଚାର୍ଜସିଟ୍‌ରେ ଭୁଲ୍‌ ତଥ୍ୟ ରହିଛି  ଯେ, ମୁଁ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛି ବୋଲି କୁହାଯାଇଛି । 

ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ଝାରସୁଗୁଡ଼ାରେ ଏକ ରାଲି ଚାଲିଥିବା ସମୟରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଯେଉଁଥିରେ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡିଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ସେତେବେଳକୁ ନବ ଦାସଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା । ହେଲେ ଏବେ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ପ୍ରଥମେ ନବ ଦାସଙ୍କ ଝିଅ ଦୀପାଳି ଦାସ ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଏବେ ସାକ୍ଷୀଙ୍କ ବୟାନ ଚର୍ଚ୍ଚାକୁ ଆସିଛି । 

ଡେଷ୍ଟିନେସନ ୱେଡିଂ… ୪୦ରୁ୫୦ ଅତିଥି ଏବଂ ରିସେପ୍‌ସନ୍‌ର ପ୍ରସ୍ତୁତି ; ନୀରଜଙ୍କ ସିକ୍ରେଟ୍ ବିବାହରେ କଣ ଥିଲା ସ୍ପେଶାଲ ?

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.