ମୁମ୍ଵାଇ ୨୦।୦୧; ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ହୋଇଛି । ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶହଜାଦଙ୍କ ସମ୍ପର୍କରେ ପ୍ରତିଦିନ ଅନେକ ଖୁଲାସା କରାଯାଉଛି। ବର୍ତ୍ତମାନ ଯେଉଁ ତଥ୍ୟ ବାହାରକୁ ଆସିଛି ତାହା ଅତ୍ୟନ୍ତ ଚକିତ କରିଛି। ସୂଚନାନୁସାରେ, ଆକ୍ରମଣକାରୀ ଶରୀଫୁଲ ସୈଫଙ୍କ ପୁଅ ଜେହଙ୍କୁ ବନ୍ଧକ ରଖି ଟଙ୍କା ମାଗିବାକୁ ଯୋଜନା କରିଥିଲା। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ଥିଲା ୧ କୋଟି ଟଙ୍କା ନେଇ ସବୁଦିନ ପାଇଁ ବାଂଲାଦେଶକୁ ପଳାଇବ।
ସୂଚନାନୁସାରେ, ଅଭିଯୁକ୍ତ ବାଂଲାଦେଶକୁ ଫେରିବା ପାଇଁ ଏକ ନକଲି ପାସପୋର୍ଟ ଆବଶ୍ୟକ ଥିଲା ଏବଂ ଏଥିପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଥିଲା। ପଚରାଉଚରା ବେଳେ ଅଭିଯୁକ୍ତଙ୍କ ସହ ଜଡିତ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି।
ସୈଫଙ୍କ ଚାକରାଣୀ ଲିମାଙ୍କୁ ୧ କୋଟି ଟଙ୍କା ମାଗିଥିଲା
ଆକ୍ରମଣକାରୀ ସୈଫଙ୍କ ଚାକରାଣୀ ଲିମାଙ୍କଠାରୁ ୧ କୋଟି ଟଙ୍କା ମାଗିଥିଲେ କିନ୍ତୁ ଯେତେବେଳେ ଲିମା ମନା କରିଦେଇଥିଲେ। ସେତେବେଳେ ଅଭିଯୁକ୍ତ ଏବଂ ଲିମାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏପରି କରିବା ସମୟରେ ଘରର ସମସ୍ତ ଲୋକ ନିଦରୁ ଉଠି ଯାଇଥିଲେ । ଯେଉଁଥିପାଇଁ ଅଭିଯୁକ୍ତ ଭୟଭୀତ ହୋଇଯାଇଥିଲା । ନିଜକୁ ବଞ୍ଚାଇବା ପାଇଁ ସୈଫ୍ଙ୍କ ଉପରେ ଆକ୍ରମଣ କରି ଖସି ପଳାଇଥିଲା । ଅଭିଯୁକ୍ତ ପ୍ରଥମେ ଲିମା ଉପରେ ଆକ୍ରମଣ କରିଥିଲା ଏବଂ ଯେତେବେଳେ ସୈଫ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ସେତେବେଳେ ଅଭିଯୁକ୍ତ ତାଙ୍କ ବେକ ଏବଂ ପରେ ତାଙ୍କ ପିଠି ଉପରେ ଅନେକ ଥରେ ଛୁରିରେ ଆକ୍ରମଣ କରିଥିଲା।
ସୈଫଙ୍କ ଆକ୍ରମଣକାରୀ ଶରୀଫୁଲ ଜଣେ କୁସ୍ତି ଖେଳାଳି
ଅଭିଯୁକ୍ତ ସହ ଜଡିତ ଆଉ ଏଲ ସୂଚନା ସାମ୍ନାକୁ ଆସିଛି। ଆକ୍ରମଣକାରୀ ଶରୀଫୁଲ ବାଂଲାଦେଶର ଜଣେ କୁସ୍ତି ଖେଳାଳି। ସେ ପିଲାଦିନରୁ ନିଜ ଅଞ୍ଚଳରେ କୁସ୍ତି ଖେଳୁଥିଲେ । ସେ ସ୍ଥାନୀୟ ସ୍ତରରେ କିଛି କୁସ୍ତି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ। ଏହି କାରଣରୁ ତାଙ୍କ ଶରୀର ସଂପୂର୍ଣ୍ଣ ଫିଟ୍ ଥିଲା ।