ସୈଫଙ୍କୁ ଛୁରାମାଡ ନେଇ ରାଜନୀତି ଆରମ୍ଭ, କଂଗ୍ରେସ ଓ ଟିଏମସିକୁ କ୍ଷମା ମାଗିବାକୁ କହିଲା ବିଜେପି

Published By : Prameya-News7 Bureau | January 20, 2025 IST

ମୁମ୍ବାଇ ୨୦।୦୧: ସୈଫ ଅଲି ଖାନଙ୍କୁ ଛୁରାମାଡରେ ଅଭିଯୁକ୍ତକୁ ଥାଣେ ୱେଷ୍ଟରୁ ମୁମ୍ବାଇ ପୋଲିସ ଗିରଫ କରିଛି। ରାତ୍ରି ପ୍ରାୟ ୨-୩ରେ ପୋଲିସ ଅଭିଯୁକ୍ତକୁ ବାନ୍ଧିଥିଲା । ଏଥିପାଇଁ ପୋଲିସ ୩୦-୩୫ ଅଧିକାରୀଙ୍କ ଏକ ଟିମ୍ ଗଠନ କରିଥିଲା। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଶରୀଫୁଲ ଇସଲାମ ଚୋରି ଉଦ୍ଦେଶ୍ୟରେ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରିଥିଲେ।

କୁହାଯାଉଛି କି ସେ ଭାବିଥିଲେ ଚୋରି କରି ସେ ଚାଲିଯିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ‌ସୈଫ ଅଲି ଖାନଙ୍କ ଘର ବୋଲି ଅଭିଯୁକ୍ତ ଜାଣି ନଥିଲେ। ହଠାତ୍‌ ସୈଫ୍‌ ସାମ୍ନାକୁ ଆସିଯିବାରୁ ଆକ୍ରମଣ କରିଥିଲେ ।  ବର୍ତ୍ତମାନ ଏହି ବିଷୟରେ ରାଜନୀତି ଆରମ୍ଭ ହୋଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି କଂଗ୍ରେସ ଏବଂ ଟିଏମସି ଉପରେ ଅଭିଯୋଗ ଆଣିଛନ୍ତି। ଅମିତ ମାଲବ୍ୟ  ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ମହମ୍ମଦ ଶରୀଫୁଲ ଇସଲାମ ବାଂଲାଦେଶର ଜଣେ ବେଆଇନ ବାସିନ୍ଦା ଏବଂ ହିନ୍ଦୁ ପରିଚୟ ଗ୍ରହଣ କରିଛନ୍ତି। କଂଗ୍ରେସ, ଟିଏମସି ଏବଂ ଭାରତର ଅନ୍ୟ ରାଜନୈତିକ ଦଳମାନେ ଏଭଳି ପ୍ରବାସୀମାନଙ୍କୁ ନିଜ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଛନ୍ତି । ହିନ୍ଦୁମାନଙ୍କୁ ବଦନାମ କରିବା ପାଇଁ ଏହି ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ, ଟିଏମସି ଏନେଇ କ୍ଷମା ମାଗିବା ଉଚିତ୍।

ସୈଫ୍‌ଙ୍କୁ ଆକ୍ରମଣ ପଛରେ ରହିଛି କି’ ବିଦେଶୀ ଷଡ଼ଯନ୍ତ୍ର ! ପୋଲିସର ଆବେଦନ ଗ୍ରହଣ କଲେ କୋର୍ଟ

କୁହାଯାଉଛି ଯେ ଶରୀଫୁଲ ଇସଲାମ ଶହଜାଦ ମୂଳତଃ ବାଂଲାଦେଶର। ତାଙ୍କର କୌଣସି ପ୍ରକାରର ଆଇନଗତ କାଗଜପତ୍ର ମଧ୍ୟ ନାହିଁ। ଶରିଫୁଲ ଇସଲାମ ବିଜୟ ଦାସଙ୍କ ନାମରେ ଭାରତରେ ରହୁଥିଲେ। ସେ କେତେ ଦିନ ପୂର୍ବରୁ ଭାରତ ଆସିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ, କିନ୍ତୁ ସେ ଗତ ୫ମାସ ଧରି ମୁମ୍ବାଇରେ ରହୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.