କେରଳ ୨୦/୦୧: ଶାରୋନ ରାଜ ହତ୍ୟା ମାମଲାରେ ଆସିଲା ରାୟ । ପ୍ରେମିକା ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କେରଳ ତ୍ରିଭେନ୍ଦ୍ରମର ଗୋଟିଏ କୋର୍ଟ । କୋର୍ଟ ଗ୍ରୀଷ୍ମା ନାମକ ଜଣେ ମହିଳା ତାଙ୍କ ପ୍ରେମିକ ଶାରୋନ ରାଜଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି ।
ମାମଲାଟି ନେୟତ୍ତିଂକାରା ଅତିରିକ୍ତ ସେସନ୍ସ କୋର୍ଟରେ ବିଚାର କରାଯାଇଥିଲା। କୋର୍ଟ ଗ୍ରୀଷ୍ମାଙ୍କ ମାମୁଁ ନିର୍ମଳ କୁମାରନ ନାୟାରଙ୍କୁ ପ୍ରମାଣ ନଷ୍ଟ କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ଯେତେବେଳେ ତାଙ୍କ ମାଆ ସିନ୍ଧୁକୁମାରୀଙ୍କୁ ଦୋଷମୁକ୍ତ କରାଯାଇଥିଲା। ମାମଲା ଅନୁଯାୟୀ, ଗ୍ରୀଷ୍ମା ଶାରୋନଙ୍କୁ ତାଙ୍କ ଘରକୁ ଡାକି ବିଷ ମିଶ୍ରିତ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲେ । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ।
also read...
ଜୁନା ଆଖଡ଼ାରୁ ବାବା ଅଭୟ ସିଂହ ବହିଷ୍କୃତ, ପ୍ରବେଶ ଉପରେ ମଧ୍ୟ କଟକଣା
ଘଟଣା ପରେ ଗ୍ରୀଷ୍ମାଙ୍କ ମାଆ ଏବଂ ମାମୁଁଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଓ ଅପରାଧକୁ ଲୁଚାଇବା ପାଇଁ ଚେଷ୍ଟା କରିବାର ଅଭିଯୋଗ ହୋଇଥିଲା । ଗ୍ରୀଷ୍ମାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନର ଧାରା ୩୬୪(ହତ୍ୟା ପାଇଁ ଅପହରଣ କିମ୍ବା ଅପହରଣ) ଏବଂ ୩୨୮ (ହତ୍ୟା ଓ ଅପହରଣ), (ବିଷ ଦେଇ ମାରିବା), ୩୦୨ (ହତ୍ୟା ପାଇଁ ଦଣ୍ଡ) ଏବଂ ୨୦୧ (ପ୍ରମାଣ ନଷ୍ଟ କରିବା ଏବଂ ମିଥ୍ୟା ପ୍ରମାଣ ଦେବା) ଭଳି ରୁଜୁ ହୋଇଛି ମାମଲା।
ଅତିରିକ୍ତ ସେସନ୍ସ କୋର୍ଟ ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମା ଏବଂ ତୃତୀୟ ଅଭିଯୁକ୍ତ, ତାଙ୍କ ମାମୁଁ ନିର୍ମଳା କୁମାରନ ନାୟାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଗ୍ରୀଷ୍ମା ତାଙ୍କ ପ୍ରେମିକ ଶାରୋନଙ୍କୁ ହତ୍ୟା କରିବାକୁ ଡ୍ରିଙ୍କ୍ସରେ ବିଷାକ୍ତ କୀଟନାଶକ ମିଶାଇ ତାଙ୍କୁ ବିଷ ଦେଇ ମାରିଥିଲା ।