ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟା ମାମଲାରେ ଆତଙ୍କୀ ବଲଓ୍ବନ୍ତ ସିଂହ ରୋଜଆନାର ସଜା କ୍ଷମା କରିବା ନେଇ ପୁଣି ଥରେ ବିଚାର କରିବାକୁ କେନ୍ଦ୍ରକୁ ସମୟ ଦେଲେ ସୁପ୍ରିମକୋର୍ଟ । ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କେନ୍ଦ୍ର ସରକାର ଧାର୍ଯ୍ୟ ସମୟ ଭିତରେ ନିଷ୍ପତ୍ତି ନନେଇ ପାରିଲେ ମାର୍ଚ୍ଚ ୧୮ ତାରିଖରେ ମାମଲାର ଶୁଣାଣି କରିବେ କୋର୍ଟ ।
ଏହା ପୂର୍ବରୁ ନଭେମ୍ବର ୧୮ ତାରିଖରେ ରାଷ୍ଟ୍ରପତିଙ୍କ ସାମ୍ନାରେ ଫାଇଲ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରପତିଙ୍କ ସଚିବଙ୍କୁ ଦୁଇ ସପ୍ତାହରେ ଫାଇଲ୍ ରଖିବାକୁ କୁହାଯାଇଥିଲା । ବର୍ତ୍ତମାନ ଜଷ୍ଟିସ୍ ବି.ଆର ଗୋଓ୍ବାଇ, ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରା ଏବଂ ଜଷ୍ଟିସ୍ କେ.ବି ବିଶ୍ବାନାଥନଙ୍କ ୩ଜଣିଆ ଖଣ୍ଡପୀଠ ମାମଲାର ପୁଣି ଥରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ସମୟ ଦେଇଚଛନ୍ତି ।
୧୯୯୫ରେ ପଞ୍ଜାବ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବେଓ୍ବାନ୍ତ ସିଂହଙ୍କୁ ହତ୍ୟା ହୋଇଥିଲା । ଏହି କେସ୍ରେ ଆତଙ୍କୀ ବଲଓ୍ବାନ୍ତ ସିଂହ ରୋଜଆନା ଦୋଷୀ ସାବ୍ୟସ୍ତ ହୋଇଛି । ଦୋଷୀ ୨୯ ବର୍ଷ ହେଲା ଜେଲରେ ସଜା କାଟୁଥିବା ବେଳେ ଏହି ମାମଲାରେ ରାଜକ୍ଷମା ଆବେଦନ ୧୨ ବର୍ଷ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟରେ ରହିଛି । ତେଣୁ ମୃତ୍ୟୁ ଦଣ୍ଡକୁ ବିଚାର କରି ଆଜୀବନ କାରଦଣ୍ଡରେ ବଦଳାଇବାକୁ କେନ୍ଦ୍ର ସରକାରଙ୍କୁ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ ।