ମାନହାନି ମାମଲାରେ ରାହୁଲଙ୍କୁ 'ସୁପ୍ରିମ' ଆଶ୍ବସ୍ତି, ତଳକୋର୍ଟଙ୍କ ଫୈସଲା ସ୍ଥଗିତ

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ ୨୦/୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ ଆଶ୍ବସ୍ତି। ମାନହାନି ମାମଲାରେ ତଳକୋର୍ଟଙ୍କ ଫଇସଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ ରାହୁଲଙ୍କ ନାଁରେ ଏକ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟ ଏବେ ସେହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି । 

ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ବସିଥିବା ଖଣ୍ଡପୀଠରେ ଝାଡଖଣ୍ଡ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲଙ୍କ ଦ୍ବାରା ଦାୟର ହୋଇଥିବା ଏକ ସ୍ବତନ୍ତ୍ର ଅନୁମତି ଆବେଦନର ଶୁଣାଣି କରିଥିଲେ । ରାହୁଲ ଗାନ୍ଧିଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସଂଘଭି କହିଛନ୍ତି ଏମିତି ଅନେକ କେସ ରହିଛି । କେବଳ ପୀଡିତ ବ୍ୟକ୍ତି ହିଁ ମାନହାନି ମାମଲା ଦାୟର କରିପାରିବେ ।କୌଣସି ପ୍ରକ୍ସି ପାର୍ଟି ଅଭିଯୋଗ ଦାଖଲ କରିପାରିବେନି ।  

ବିଜେପି କାର୍ଯ୍ୟକର୍ତ୍ତା ନବୀନ ଝା ଅମିତ ଶାହଙ୍କ ବିଷୟରେ ଟିପ୍ପଣୀ ପାଇଁ ୨୦୧୯ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଚାଇବାସାରେ ଏକ ସଭାରେ ଭାଷଣ ଦେବା ସମୟରେ ରାହୁଲ ଗାନ୍ଧି ଅମିତ ଶାହଙ୍କ ବିଷୟରେ ହତ୍ୟାକାରୀ ଶବ୍ଦ ପ୍ରୟୋଗ କରିଥିଲେ । ଯାହାକୁ ନେଇ ରାଜନୀତି ଜୋର ଧରିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.