ନୂଆଦିଲ୍ଲୀ ୨୦।୦୧ : ଆଇଆଇଟି ବାବା ବାସନ୍ଦ । ପ୍ରୟାଗରାଜ ମହାକୁମ୍ଭ ମେଳାର ଭାଇରାଲ ଆଇଆଇଟି ବାବା ଏବେ ବାସନ୍ଦ ହୋଇଛନ୍ତି । ସେ ରହୁଥିବା ଜୁନା ଆଖଡ଼ାରୁ ବାବା ଅଭୟ ସିଂହଙ୍କୁ ବହୃଷ୍କୃତ କରାଯାଇଛି । ତାଙ୍କ ଗୁରୁ ମହନ୍ତ ସୋମେଶ୍ୱରୀ ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହିତ ବାବା ଅଭୟଙ୍କ ଆଖଡ଼ାରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଜୁନା ଆଖଡ଼ାର ମୁଖ୍ୟ ମହନ୍ତ ଗିରି କହିଛନ୍ତି ଯେ, ବାବା ଅଭୟ ନିଜ ଗୁରୁଙ୍କୁ ଅସମ୍ମାନ କରିଛନ୍ତି । ଯାହା ଆମର ସନାତନ ଧର୍ମ ଏବଂ ଜୁନା ଆଖଡ଼ା ନିୟମ ବିରୋଧୀ । ଏହି ଆଖଡ଼ା କିଛି ନିୟମ ଓ କାନୁନ୍ରେ ଚାଲିଥାଏ । ଏଠାରେ ଅବହେଳାକୁ ବରଦାସ୍ତ କରାଯିବନାହିଁ । ନିୟମ ଉପରେ କେହି ନୁହଁ । ତେଣୁ ତାଙ୍କ ବିରୋଧରେ ଆଖଡ଼ା କମିଟି ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଖଡ଼ାରୁ ବାସନ୍ଦ ହେବା ସହ କିଛି କଟକଣା ମଧ୍ୟ ଲଗାଯାଇଛି ।
କିଏ ଏହି ବାବା ଅଭୟ ?
ଆଇଆଇଟି ବମ୍ବେରୁ (୨୦୦୮-୨୦୧୨ ବ୍ୟାଚ୍) ମଧ୍ୟରେ ଏରୋସ୍ପେଶ୍ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ କରିଥିଲେ । ପରେ ନିଜ କ୍ୟାରିୟର ଛାଡି ସନ୍ୟାସୀ ରାସ୍ତା ଆପଣାଇଥିଲେ । ପ୍ରୟାଗରାଜ ମହାକୁମ୍ଭରେ ସେ ଆଇଆଇଟି ବାବା ଭାବେ ବେଶ୍ ଭାଇରାଲ ହୋଇଥିଲେ ଅଭୟ ସିଂହ । ଆଇଆଇଟି ବାବାଙ୍କ ନାଁରେ ସାରା ଭାରତରେ ବେଶ୍ ଭାଇରାଲ ହୋଇଛନ୍ତି । ନିକଟରେ ବାବା ଅଭୟ ତାଙ୍କ ବାପାଙ୍କୁ ହିରଣ୍ୟକସ୍ୟପ ଏବଂ ତାଙ୍କ ଗୁରୁଙ୍କୁ ପାଗଳ ବୋଲି କହିଥିଲେ । ଗୁରୁଙ୍କ ସହ ବିବାଦ ପରେ ବାବା ଅଭୟ ଏଭଳି ମନ୍ତବ୍ୟ ଦେଇଥିଲେ । ଯାହା ଇଣ୍ଟରନେଟରେ ଭାଇରାଲ ହେବା ପରେ ବାବା ଅଭୟଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ପୂର୍ବରୁ ତାଙ୍କୁ ଗୁରୁ ମହନ୍ତ ସୋମେଶ୍ବର ପୁରୀ କ୍ୟାମ୍ପରୁ ବହିସ୍କୃତ କରିଥିଲେ । ଯାହାକୁ ପାଳନ କରିନଥିଲେ ଏବଂ ଅନ୍ୟ ଜଣେ ସାଧୁଙ୍କୁ ଗାଳି ମଧ୍ୟ କରିଥିଲେ।
ବିରଳ ପ୍ରଜାତି ଇରାୱାଡି ଓ ବଟଲ୍ ନୋଜ୍ ଡଲଫିନ୍ ଗଣନା,୧୮ ଟିମ୍ ନିୟୋଜିତ,୩ଦିନ ଧରି ଚାଲିବ