ଭୁବନେଶ୍ୱର ୨୦/୦୧: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ବଡ଼ ବିଭ୍ରାଟ । ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।
କୋଭିଡ କଟକଣା ହଟିଥିବା ପରେବି କେମିତି ନବ ଦାସଙ୍କ ସାର୍ଟକୁ ପୋଡ଼ି ଦେଇଥିଲା ହସ୍ପିଟାଲ ତାକୁ ନେଇ ଉଠିଲା ପ୍ରଶ୍ନ । ଏମିତିକ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି । ତେବେ ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
you can also read...
ନବ ଦାସ ହତ୍ୟା ମାମଲା, ବିବାଦରେ ସାକ୍ଷୀଙ୍କ ସାର୍ଟର ରଙ୍ଗ
ସୂଚନା ଥାଉକି, ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମୃତ ନବଦାସଙ୍କ ରକ୍ତଭିଜା ସାର୍ଟ ଜବତ କରି ନଥିବା ସିଜର ଲିଷ୍ଟରୁ ଜଣାପଡିଛି । ଗୁଳି ମାଡ଼ ଖାଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରକୁ ଯାଇ ଥିବା ବେଳେ ସେଠାରେ ତାଙ୍କ ରକ୍ତଭିଜା ସାର୍ଟକୁ ପୋଡି ଦେଇଥିବା ସୁଚନା ଦେଇଥିଲେ।
କୋଭିଡ କଟକଣା ଥିବାରୁ ତାଙ୍କ ସାର୍ଟ ପଡିବା ପାଇଁ ବାଧ୍ୟ ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ବୋଲି କହିବା ପରେ କୋଭିଡ କଟକଣା ୨୦୨୨ ମସିହା ନଭେମ୍ବର ୧୯ ତାରିଖ ରୁ ହଟିଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର। ତେଣୁ ହସ୍ପିଟାଲ କାହିଁକି ଏପରି କରିଛି ବୋଲି ପ୍ରଶ୍ନ ଉଠିଛି।