ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍

Published By : Prameya-News7 Bureau | January 20, 2025 IST

ଝାରସୁଗୁଡା ୨୦/୦୧: ଚତୁର୍ଥ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ କରାଯାଉଛି । ଲଗାତାର ୩ ଦିନ ଧରି ଆୟକର ବିଭାଗର ଅଧିକାରୀମାନେ ଏହି ରେଡ୍ କରିଥିଲେ ବି ରେଡ୍ ସରିନାହିଁ । ଆଜି ସକାଳୁ ଚତୁର୍ଥ ଦିନରେ ବି ରେଡ କରୁଛନ୍ତି । ୩ଦିନ ଧରି ଆୟକର ସମ୍ପର୍କୀତ କାଗଜପତ୍ର ଯାଂଚ କରୁଥିବାବେଳେ ବ୍ରଜଙ୍କ ସମ୍ପତ୍ତି ଆୟର ସୂତ୍ର ବାବଦରେ ଛାନଭିନ କରୁଛନ୍ତି । 

ସୂଚନା ଥାଉକି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ଚତୁର୍ଥ ଦିନରେ ଚାଲିଛି ଆୟକର ବିଭାଗର ଚଢ଼ାଉ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ରେଡ୍‌ କରାଯାଉଛି । ଲଗାତାର ୩ ଦିନ ଧରି ଆୟକର ବିଭାଗ କର୍ମଚାରୀମାନେ ଚଢ଼ାଉ କରିଥିଲେ ବି ଏହା ସରି ନାହିଁ । ସୋମବାର ସକାଳୁ ପୁଣି ସକାଳୁ ସକାଳୁ ରେଡ୍‌ ଆରମ୍ଭ ହୋଇଛି । ବ୍ରଜଙ୍କ ସମ୍ପତ୍ତି ଆୟର ସୂତ୍ର ବାବଦରେ ଛାନଭିନ କରୁଛନ୍ତି ଆୟକର ଅଧିକାରୀ । ଚଢ଼ାଉ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘର ବାହାରେ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହୋଇଛନ୍ତି ।

ଅଧିକ ପଢନ୍ତୁ...

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ ସିଏ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ : ପ୍ରଦୀପ ପୁରୋହିତ

ତେବେ କେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉନଥିଲେ, ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି ସେସବୁର ଖୋଳତାଡ କରାଯାଉଛି । ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ଏହା ଦ୍ୱିତୀୟ ବାର ରେଡ୍ ହେଉଛି । ତେଣୁ ବ୍ରଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.