ଭୁବନେଶ୍ବର ୧୮।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ମାମଲା ଦାୟର ହେବା ପରେ ଜୋର ଧରିଲାଣି ରାଜନୀତି । ଧିରେ ଧିରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାକୁ ଲାଗିଛି । ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଦୀପାଳି ଏବେ ଆଳୁ ଖୋଳୁଛନ୍ତି । ଦେଖିବା ମହାଦେବ ବାହାରୁଛନ୍ତି କି ନାହିଁ । ସେତେବେଳେ ବିଧାୟକ ଟିକେଟ୍ ପାଇ ଚୁପ୍ ରହିଲେ । ବିଧାୟକ ହେବା ପରେ ମଧ୍ୟ ନୀରବ ରହିଲେ । ନବ ଦାସଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର କ’ଣ ରହିଥିଲା ତାହା ବାହାରକୁ ବାହାରିବା ଦରକାର । ସେତେବେଳେ କ୍ରାଇମବ୍ରାଞ୍ଚ ଠିକ୍ ସେ ତଦନ୍ତ କରିନଥିଲା । ଏବେ ସରକାର ବଦଳିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
You Can Read:
ଆୟକରଦାତା ନେଉଥିଲେ ରାସନ, ଏ ନେଇ ବିଭାଗ ପାଖରେ ପହଞ୍ଚିଛି ତଥ୍ୟ : ଯୋଗାଣ ମନ୍ତ୍ରୀ