ସୈଫ୍ ମଝିରେ ଆସିନଥିଲେ...ମୁମ୍ୱାଇ ପୋଲିସ ଆଗରେ ବୟାନରେ କଣ କହିଲେ କରୀନା

Published By : Prameya-News7 Bureau | January 18, 2025 IST

ମୁମ୍ୱାଇ ୧୮/୦୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରୁ ହଟିପାରୁନି ସସ୍‌ପେନ୍ସ । ଏବେ ବି ରହସ୍ୟ ଘେରରେ ତଦନ୍ତ । ଦୀର୍ଘ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଧରାପଡିନି ଅସଲ ଅଭିଯୁକ୍ତ । ବାରମ୍ୱାର ବେଶ ବଦଳାଇ ବୁଲୁଛି ଅଭିଯୁକ୍ତ । ବିଭିନ୍ନ ସ୍ଥାନରୁ ଠାବ ହେଲାଣି ସିସିଟିଭି ପୁଟେଜ୍ । ଏ ଦିଗରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଏହାରି ଭିତରେ ରେକର୍ଡ ହୋଇଛି କରୀନା କପୁରଙ୍କ ବୟାନ । 

କରୀନା କପୁର ବାନ୍ଦ୍ରା ପୋଲିସକୁ କହିଛନ୍ତି ଯେ,ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ  ବିଲ୍ଡିଂର ୧୨ ମହଲାକୁ ପଠାଇଦେଲେ । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ ତାଙ୍କ ପୁଅ ପାଖରେ ପହଞ୍ଚି ପାରିନଥିବା ସେ କହିଛନ୍ତି । 

କରୀନା ଆହୁରି କହିଥିଲେ କି, ଆକ୍ରମଣକାରୀ ଘରୁ କିଛି ଚୋରି କରିନି । କିନ୍ତୁ ସେ ବହୁତ ଆକ୍ରମଣାତ୍ମକ ଥିଲା । ସେ ସୈଫଙ୍କୁ ଅନେକ ଥର ଆକ୍ରମଣ କରିଥିଲା । ଆକ୍ରମଣ ପରେ ମୁଁ ବହୁତ ଭୟଭୀତ ହୋଇଯାଇଥିଲି । ସେଥିପାଇଁ ଭଉଣୀ କରିସ୍ମା ମତେ ତାଙ୍କ ନିଜ ଘରକୁ ନେଇଯାଇଥିଲେ । 

ପୂର୍ବରୁ, ସୈଫ୍-କରୀନାଙ୍କ ପିଲାଙ୍କ ନାନୀ- କହିଥିଲେ ଯେ ଆକ୍ରମଣ ଦିନ ପ୍ରକୃତରେ କ'ଣ ଘଟିଥିଲା? ନାନି କହିଥିଲେ ଯେ ସେ ଗତ ୪ ବର୍ଷ ଧରି ସେମାନଙ୍କ ଘରେ କାମ କରୁଛନ୍ତି।  ଜାନୁଆରୀ ୧୫ ରାତି ୨ଟାରେ ମୁଁ ଏକ ଅଜବ ଶବ୍ଦ ଶୁଣି ଉଠିଲି । ଦେଖିଥିଲି ବାଥରୁମ୍ ଲାଇଟ୍ ଜଳୁଥିଲା । ମୁଁ ଦେଖିବାକୁ ଗଲି, ଜଣେ ବ୍ୟକ୍ତି ବାହାରକୁ ଆସିଲେ ।  

ଏହା ଦେଖି ମୁଁ ଶୀଘ୍ର ଉଠି ପିଲାଟି ପାଖକୁ ଗଲି, ସେ ଆଙ୍ଗୁଠିରେ ଇଙ୍ଗିତ କରି କହିଲା କୌଣସି ଶବ୍ଦ କରନି । ଯେତେବେଳେ ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲି, ସେ ମୋତେ ଆଟାକ୍ କଲେ। ସେ ଏକ କୋଟି ଟଙ୍କା ଦାବି କରିଥିଲେ। ଶବ୍ଦ ଶୁଣି ସୈଫ୍ ଏବଂ କରୀନା ଦୌଡ଼ି ପଳାଇଥିଲେ କିନ୍ତୁ ଅଭିଯୁକ୍ତ ସୈଫ୍‌ଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏହି ଘଟଣାରେ ସୈଫ୍ ଆହତ ହୋଇଥିଲେ।

you can also read...

‘ବେଶ ବଦଳାଉଛି ସୈଫ୍‌ଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ; ହମଲା ପଛରେ କୌଣସି ଗ୍ୟାଙ୍ଗ୍ ନାହିଁ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.