ପ୍ରୟାଗରାଜ ୧୮/୦୧: ସଙ୍ଗମ ନଗରୀ ପ୍ରୟାଗରାଜର ମହାକୁମ୍ଭରେ ଚାଲିଛି ସାଧୁ, ସନ୍ଥ ମେଳି । ମୁନିମାନଙ୍କର ଅନେକ ଆଶ୍ଚର୍ଯ୍ୟଜନକ ରୂପ ଦେଖିବାକୁ ମିଳୁଛି । ଏମାନଙ୍କ ମଧ୍ୟରେ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବାବା ହେଉଛନ୍ତି ଗୋଲଡେନ୍ ବାବା । ତାଙ୍କ ନାମ ଏସ୍ କେ ନାରାୟଣ ଗିରି ଜୀ ମହାରାଜ, ଯିଏ ମୂଳତଃ କେରଳର । ବର୍ତ୍ତମାନ ସେ ଦିଲ୍ଲୀରେ ରୁହନ୍ତି। ନିରଞ୍ଜନୀ ଆଖଡ଼ା ସହିତ ଜଡିତ ଏହି ବାବା ତାଙ୍କର ଅନନ୍ୟ ଶୈଳୀ ଏବେ ବେଶ୍ ଭାଇରାଲ୍ । କୁହାଯାଉଛି କି, ସେ କୁମ୍ଭର ସବୁଠିୁ ଦାମୀ ବାବା । କାରଣ ଶରୀରେ ପିନ୍ଧିଛନ୍ତି କୋଟି କୋଟର ସୁନା ଅଳଙ୍କାର । ଯେଉଁଥିପାଇଁ ସେ ଏବେ କୁମ୍ଭର ଚର୍ଚ୍ଚିତ ଚେହେରା ।
ଗୋଲଡେନ୍ ବାବା ନାରେ ସେ ଫେମସ । ପିନ୍ଧିଛନ୍ତି ପ୍ରାୟ ୪ କିଲୋଗ୍ରାମ ସୁନା । ଯାହାର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ । ବାବାଙ୍କ ପ୍ରତ୍ୟେକ ମଣିର ରହିଛି ଭିନ୍ନ ଭିନ୍ନ ଚମକ । ହାତରେ ସୁନା ମୁଦି, କଙ୍କଣ, ଘଣ୍ଟା ଏବଂ ଏକ ସୁନାର ବାଡି ମଧ୍ୟ ଅଛି । ବାଡ଼ିରେ ଦେବୀ-ଦେବୀଙ୍କ ଲକେଟ୍ ରହିଛି । ଯାହା ସୂଚାଉଛି ଭକ୍ତିର ପ୍ରତୀକ। ବାବା କୁହନ୍ତି ଯେ ଏହି ସୁନା ସାଧନା ସହିତ ଜଡିତ, ଏବଂ ପ୍ରତ୍ୟେକ ମଣିରେ ଆଧ୍ୟାତ୍ମିକ ଶକ୍ତି ରହିଛି।
୬୭ ବର୍ଷୀୟ ଗୋଲଡେନ୍ ବାବା ଆଖଡ଼ାର ସଭାପତି ରବିନ୍ଦ୍ର ପୁରୀ ମହାରାଜଙ୍କଠାରୁ ଦୀକ୍ଷା ନେଇଥିଲେ ଏବଂ ନିରଞ୍ଜନୀ ଆଖଡ଼ାରେ ଯୋଗ ଦେଇଥିଲେ। ବାବା ଶିକ୍ଷା କ୍ଷେତ୍ରରେ ମଧ୍ୟ କାମ କରୁଛନ୍ତି। ସେ କୁହନ୍ତି ଯେ ଧର୍ମ ଏବଂ ଶିକ୍ଷା ଉଭୟକୁ ଏକାଠି ନେଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ । ବାବା ଯେଉଁଠାକୁ ଯାଆନ୍ତି, ତାଙ୍କ ପ୍ରତି ବିଶ୍ୱାସୀ ଲୋକଙ୍କ ଭିଡ଼ ଜମୁଥାଏ।
ଭକ୍ତମାନେ ତାଙ୍କୁ ଗୋଲଡେନ୍ ବାବା ବୋଲି ଡାକନ୍ତି । ବାବା କୁହନ୍ତି ଯେ ମୋର ଏଥିରେ କୌଣସି ଆପତ୍ତି ନାହିଁ। ବାବାଙ୍କର ୬ଟି ସୁନା ଲକେଟ୍ ଅଛି, ଯେଉଁଥିରୁ ପ୍ରାୟ ୨୦ଟି ମାଳା ତିଆରି କରାଯାଇପାରିବ । ତାଙ୍କ ମୋବାଇଲ୍ ମଧ୍ୟ ସୁନାର ଆବରଣରେ ଆଚ୍ଛାଦିତ । ବାବା କୁହନ୍ତି ଯେ ସେ ଯାହା କରନ୍ତି ତାହା ସାଧନା ସହିତ ଜଡିତ ।
ତାଙ୍କର ସୁନା ସଜ୍ଜିତ ରୂପ ପ୍ରଦର୍ଶନ ପାଇଁ ନୁହେଁ ବରଂ ଏହା ତାଙ୍କ ଆଧ୍ୟାତ୍ମିକ ଜୀବନ ଏବଂ ତାଙ୍କ ଗୁରୁଙ୍କ ପ୍ରତି ଭକ୍ତିର ପ୍ରତୀକ । କୁମ୍ଭମେଳାରେ ବାବାଙ୍କ ବ୍ୟକ୍ତିତ୍ୱର ଏକ ଅନନ୍ୟ ପ୍ରତିଛବି ରହିଛି, ଯାହା ଲୋକଙ୍କୁ ମୋହିତ କରେ। ଗୋଲଡେନ୍ ବାବା ଆଧ୍ୟାତ୍ମିକତା ଓ ଭକ୍ତିର ବାର୍ତ୍ତା ଦେଉଛନ୍ତି ।
you can also read...
ରହସ୍ୟମୟୀ ମହିଳା ନାଗା ସାଧୁ; ଶରୀରରେ କେବେ ବି ପିନ୍ଧନ୍ତିନି ବସ୍ତ୍ର...