ଆୟକରଦାତା ନେଉଥିଲେ ରାସନ, ଏ ନେଇ ବିଭାଗ ପାଖରେ ପହଞ୍ଚିଛି ତଥ୍ୟ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | January 18, 2025 IST

ଭୁବନେଶ୍ବର ୧: ଆୟକରଦାତା ନେଉଥିଲେ ରାସନ କାର୍ଡ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ତେବେ କେତେ ଆୟକରଦାତା ରାସନ କାର୍ଡ ପାଇଛନ୍ତି ତାହାକୁ ନେଇ ଅନୁଧ୍ୟାନ ଚାଲିଛି । ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ବନ୍ଦ କୋଠରୀ ଭିତରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.