ବମ୍‌ର ରହିଥାଏ କି ଏକ୍ସପାରୀ ଡେଟ୍‌ ? କେମିତି ଜାଣିବେ ହୋଇଛି କି ନାହିଁ ଏକ୍ସପାରୀ...

Published By : Prameya-News7 Bureau | January 18, 2025 IST

ନୂଆଦିଲ୍ଲୀ ୧୮।୦୧:  ବିଶ୍ୱର ଅଧିକାଂଶ ଦେଶ ପାଖରେ ରହିଛି ଅସ୍ତ୍ରଶସ୍ତ୍ର, ବୋମା ଏବଂ କ୍ଷେପଣାସ୍ତ୍ର । ଯୁଦ୍ଧ ସମୟରେ ଯେକୌଣସି ଦେଶ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରେ, ନଚେତ୍ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ନିଜ ପାଖରେ ଗଚ୍ଛିତ ରଖେ । କିନ୍ତୁ ପ୍ରଶ୍ନ ଆସୁଛି ଯେପରି ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ଜିନିଷର ଏକ୍ସପାରୀ ଡେଟ ରହିଥାଏ, ସେପରି ଅସ୍ତ୍ରଶସ୍ତ୍ରର କ’ଣ ରହିଥାଏ ଏକ୍ସପାରୀ ଡେଟ୍‌? ଯଦି ହଁ, ତେବେ କେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକର କେବେ ରହିଥାଏ ଲାଷ୍ଟ ଡେଟ୍‌ ? ଆସନ୍ତୁ ଜାଣିବା...

ଛୋଟ ଠାରୁ ଆରମ୍ଭ କରି ବଡ଼ ଏବଂ ଅଧିକ ବିପଦପୂର୍ଣ୍ଣ ଅସ୍ତ୍ର ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଜୀବନକାଳ ହୋଇଥାଏ । ଉଦାହରଣ ସ୍ୱରୂପ, ପରମାଣୁ ବୋମାର ଜୀବନକାଳ ସାଧାରଣତଃ ୩୦ ରୁ ୫୦ ବର୍ଷ ହୋଇଥାଏ । କାରଣ ସମୟ ସହିତ ହିଲିୟମ ଭଳି ରାସାୟନିକ ଉପାଦାନଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ । ଏହି ସମୟ ମଧ୍ୟରେ ସେମାନଙ୍କର ପ୍ରଭାବ ମଧ୍ୟ ହ୍ରାସ ପାଏ । ଏହାବ୍ୟତୀତ କିଛି ବିପଦପୂର୍ଣ୍ଣ ବୋମାର ଜୀବନକାଳ ହୋଇଥାଏ ପ୍ରାୟ ୧୦ ବର୍ଷ । ସେହିପରି ସାମରିକ କ୍ଷେପଣାସ୍ତ୍ରର ଜୀବନକାଳ ମଧ୍ୟ ୨୦ ରୁ ୩୦ ବର୍ଷ । ଏହି ସମୟରେ ସେମାନଙ୍କର ଏକ୍ସପାରୀ ଡେଟ୍‌, ଇନ୍ଧନ ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରେ ।

ଏବେ ପ୍ରଶ୍ନ ଆସୁଛି ଅସ୍ତ୍ରଶସ୍ତ୍ରର ଏକ୍ସପାରୀ ଡେଟ୍‌ ହୋଇଥିବା କେମିତି ଜଣାପଡେ ? କହିରଖୁ କି କୌଣସି ବି ଅସ୍ତ୍ରଶସ୍ତ୍ରର ଏକ୍ସପାରୀ ଡେଟ୍‌ ଏହା ଉପରେ ନିର୍ଭର କରେ ଅସ୍ତ୍ରଶସ୍ତ୍ରର ପ୍ରକାର, ଡିଜାଇନ୍ ଏବଂ ଏହାକୁ ତିଆରି କରିବାରେ ବ୍ୟବହୃତ ସାମଗ୍ରୀ ଉପରେ । ଏହାବ୍ୟତୀତ ଅସ୍ତ୍ରଶସ୍ତ୍ରର ବୈଷୟିକ ଏବଂ ବ୍ୟବହାରିକ କାରଣଗୁଡ଼ିକ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଉଦାହରଣସ୍ୱରୂପ, ଗୋଟିଏ ଅସ୍ତ୍ରରେ ବ୍ୟବହୃତ ଧାତୁ, ପ୍ଲାଷ୍ଟିକ ଏବଂ ବିସ୍ଫୋରକର ପ୍ରକାର ମଧ୍ୟ ସେହି ଅସ୍ତ୍ରର ଫାୟାରିଂ ସମୟକୁ ପ୍ରଭାବିତ କରେ ।

ଇସ୍ପାତ ଏବଂ ଟାଇଟାନିୟମ ଭଳି ଉଚ୍ଚମାନର ଧାତୁରୁ ତିଆରି ଅସ୍ତ୍ରଶସ୍ତ୍ର ଅନ୍ୟ ଅସ୍ତ୍ରଶସ୍ତ୍ର ତୁଳନାରେ କିଛି ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ । ସରଳ ଭାଷାରେ କହିବାକୁ ଗଲେ ଏପରି ଅସ୍ତ୍ରଶସ୍ତ୍ରର ଏକ୍ସପାରୀଡେଟ୍‌ ବହୁତ ଲମ୍ବା । ଅନ୍ୟପକ୍ଷରେ ଯଦି କୌଣସି ଅସ୍ତ୍ରର ଅତ୍ୟଧିକ ବ୍ୟବହାର କରାଯାଏ, ତେବେ ଏହା ଶୀଘ୍ର ଏକ୍ସପାରୀ ହୋଇପାରେ । ଏହାବ୍ୟତୀତ କୌଣସି ଅସ୍ତ୍ରର ଏକ୍ସପାରୀ ଏହାର ତାପମାତ୍ରା ଉପରେ ମଧ୍ୟ ନିର୍ଭର କରେ । କାରଣ କିଛି ଅସ୍ତ୍ରଶସ୍ତ୍ର ଏପରି ଅଛି ଯାହାକୁ ଏକ ନିର୍ଦ୍ଧାରିତ ତାପମାତ୍ରାରେ ରଖିବାକୁ ପଡ଼ିଥାଏ । ଯଦି ଏପରି କରାଯାଏ ନାହିଁ, ତେବେ ଏହାର ପ୍ରଭାବ କମିବାକୁ ଲାଗେ। ଆଉ ଶୀର୍ଘ ହିଁ ଅସ୍ତ୍ରଶସ୍ତ୍ର ହୋଇଥାଏ ଏକ୍ସପାରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.