ନୂଆଦିଲ୍ଲୀ ୧୮।୦୧: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ଶେଷ ହୋଇଛି ୨ଟି ଶାହୀ ସ୍ନାନ । ପରବର୍ତ୍ତୀ ଶାହୀ ସ୍ନାନ ୨୯ ଜାନୁଆରୀ ୨୦୨୫ରେ ମୌନୀ ଅମାବାସ୍ୟାରେ ହେବ । ଶାହୀ ସ୍ନାନରେ ନାଗା ସାଧୁମାନେ ହୋଇଥାନ୍ତି ଏକ ବିଶେଷ ଆକର୍ଷଣ। ନାଗା ସାଧୁଙ୍କ ପରେ ନାଗା ସାଧ୍ୱୀମାନେ କରନ୍ତି ସ୍ନାନ । ମହାକୁମ୍ଭ ସମୟରେ ଯଦି ଜଣେ ମହିଳା ସାଧ୍ୱୀଙ୍କର ଋତୁସ୍ରାବ ହୁଏ, ତେବେ ସେ କ'ଣ କରିବେ? ଆସନ୍ତୁ ଜାଣିବା…
ମାସିକ ଧର୍ମ ସମୟରେ ମହିଳା ନାଗା ସାଧୁ ହାତରେ ଗଙ୍ଗା ଜଳ ନେଇ ନିଜ ଶରୀରରେ ଛିଞ୍ଚି ହେବାକୁ ମିଳିଥାଏ ଅନୁମତି । ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ବାରା ମହିଳା ନାଗା ସାଧୁ ଗଙ୍ଗା ସ୍ନାନ କରିଛନ୍ତି । ଯେତେବେଳେ କି ଗୃହସ୍ଥ ଜୀବନରେ ଋତୁସ୍ରାବ ସମୟରେ ପବିତ୍ର ନଦୀଗୁଡ଼ିକୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ । ମାସିକ ଧର୍ମ ସମୟରେ ମହିଳା ନାଗା ସାଧୁମାନେ ନଦୀରେ ଗାଧୋଇବା ପରିବର୍ତ୍ତେ ସେମାନଙ୍କ ଶିବିରରେ ରହିଥାନ୍ତି । ଏମାନେ ଗଙ୍ଗା ଜଳକୁ ପାଣିରେ ମିଶାଇ ସ୍ନାନ କରନ୍ତି ।
ମହିଳା ନାଗା ସାଧୁଙ୍କ ଜୀବନଶୈଳୀ ଏବଂ ପରମ୍ପରା ପୁରୁଷ ନାଗା ସାଧୁଙ୍କ ଅପେକ୍ଷା ଭିନ୍ନ । ସେ ସିଲେଇ ହୋଇନଥିବା ବସ୍ତ୍ର ପିନ୍ଧିଥାନ୍ତି । ମହିଳା ସାଧୁଙ୍କୁ ନିଜ କେଶ କାଟିବାକୁ ପଡ଼ିଥାଏ ଏବଂ ନିଜର ପିଣ୍ଡ ଦାନ କରିବାକୁ ପଡ଼ିଥାଏ । ଜୁନା ଆଖଡ଼ା ଦେଶର ସବୁଠାରୁ ବଡ଼ ଏବଂ ପୁରୁଣା ଆଖଡ଼ା । ଅଧିକାଂଶ ମହିଳା ନାଗା ସାଧୁ ଏହା ସହିତ ଜଡିତ।