ବେଙ୍ଗାଲୁରୁ ୧୯।୧: ଚଳଚିତ୍ର ନିର୍ମାତା ନତେଶ ହେଗଡେଙ୍କ କନ୍ନଡ ଫିଲ୍ମ ‘ୱାଘାଚିପାନୀ’କୁ ୭୫ତମ ବର୍ଲିନ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବର ‘ଫୋରମ ମେନ’ ଶ୍ରେଣୀରେ ପ୍ରଦର୍ଶନ ନିମନ୍ତେ ବଛା ଯାଇଛି। ଏପରି ସମ୍ମାନ ପାଇବାରେ ଏହା ପ୍ରଥମ କନ୍ନଡ ଫିଲ୍ମ। ଏହି ଫିଲ୍ମକୁ ୫ ଟି ମହାଦ୍ୱୀପର ୩୦ଟି ଫିଲ୍ମ ମଧ୍ୟରୁ ପ୍ରଦର୍ଶନ ନିମନ୍ତେ ବଛା ଯାଇଛି। ବର୍ଲିନଲେ ନାମରେ ଲୋକପ୍ରିୟ ଏହି ଫିଲ୍ମ ମହୋତ୍ସବ ଜର୍ମାନର ବର୍ଲିନରେ ଜାନୁୟାରୀ ୧୩ରୁ ଆରମ୍ଭ ହୋଇଛି। ଏହା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।
‘ୱାଘାଚିପାନୀ’ ହେଗଡେଙ୍କ ଦ୍ୱିତୀୟ ଫିଲ୍ମ। ଏହା ପୂର୍ବରୁ ସେ ଫିଲ୍ମ ‘ପେଡ୍ରୋ’ର ନିର୍ମାଣ କରିଥିଲେ। ଏହି ଫିଲ୍ମକୁ ସାରା ବିଶ୍ୱରେ ଅନୁଷ୍ଠିତ ବିଭିନ୍ନ ଚଳଚିତ୍ର ଉତ୍ସବରେ ବେଶ୍ ପ୍ରଶଂସା ମିଳିଥିଲା। ତେବେ ପେଡ୍ରୋ ଏ ପର୍ଯନ୍ତ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ (ବିଆଇଏଫଏଫ) ରେ ମଧ୍ୟ ପ୍ରଦର୍ଶିତ ହୋଇ ନାହିଁ। କିନ୍ତୁ ପେଡ୍ରୋ ଏପରି ଏକ ଫିଲ୍ମ ଥିଲା ଯାହା ହେଗଡେଙ୍କୁ ‘ୱାଘାଚିପାନୀ’ ଲାଗି ଅନୁରାଗ କଶ୍ୟପଙ୍କ ଭଳି ନିର୍ମାତାଙ୍କ ତଲାସ ନିମନ୍ତେ ସହାୟତା କରିଛି।
ନତେଶ ହେଗଡେ କହିଛନ୍ତି ଯେ ଅନୁରାଗ ଓ ମୋର ସାକ୍ଷାତ ଫିଲ୍ମ ପେଡ୍ରୋ ପ୍ରଦର୍ଶିତ ହେଉଥିବା ଏକ ଚଳଚିତ୍ର ମହୋତ୍ସବରେ ହୋଇଥିଲା। ଏହା ପରଠାରୁ ଆମେ ବନ୍ଧୁ ହୋଇଯାଇଥିଲୁ। ସେତେବେଳେ ଅନୁରାଗ କହିଥିଲେ ଯେ ସେ ତାଙ୍କ ଆଗାମୀ ପ୍ରକଳ୍ପରେ କୌଣସି ନା କୌଣସି ପ୍ରକାରେ ସଂସ୍ଲିଷ୍ଟ ହେବାକୁ ଚାହାଁନ୍ତି। ଏହିଭଳି ସେ ‘ୱାଘାଚିପାନୀ’ର ସହ ନିର୍ମାତା ଅଛନ୍ତି।