ଆଠଗଡ଼ ୧୯।୦୧ : ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଡାଳୁଆ ଗାଁ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉରେ ବିପୁଳ ପରିମାଣର ମଦ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି ।
କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିଓ୍ୱାରୀଙ୍କ ନିର୍ଦ୍ଦେଶକ୍ରମେ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଚଢାଉ ହୋଇଥିଲା । ଏହି ଚଢାଉରେ କଟକ ଜିଲ୍ଲା ଅବକାରୀ ମୋବାଇଲ୍ ଟିମ୍, ଆଠଗଡ଼ ଅବକାରୀ ବିଭାଗ ଟିମ୍ ସାମିଲ ଥିଲେ । ତେବେ ଚଢାଉରେ ଉଭୟଙ୍କୁ ୮୪୦ ଲିଟର ଚୋରା ଦେଶୀ ମଦ ସହ ୬୫୮୦ ଲିଟର ଗୁଡ ପୋଚ ମିଳିଥିଲ। ଯାହାକୁ ପରବର୍ତ୍ତୀ ସମୟରେ ନଷ୍ଟ କରାଯାଇଛି । ତେବେ ଏହି ଘଟଣାରେ କାହାକୁ ଗିରଫ କରିବାରେ ସଫଳ ହୋଇପାରିନାହିଁ ଅବକାରୀ ବିଭାଗ । ଘଟଣାରେ ୩ ଗୋଟି ମାମଲା ରୁଜୁ କରି ଛାନ୍ଭିନ୍ ଜାରି ରଖିଛି ଅବକାରୀ ବିଭାଗ।ତେବେ ଏହି ଅଞ୍ଚଳରେ ବାରମ୍ବାର ଚଢାଉ ହେଉଥିବା ବେଳେ ମଧ୍ୟ ଚୋରା ମଦ କରିବାର ନା ଧରୁନି ।
ମାଓ ସଂଗଠନର ପ୍ରେସ୍ ବିଜ୍ଞପ୍ତି, ବିଜାପୁରରେ ୧୨ ନୁହେଁ ୧୮ ମାଓବାଦୀ ନିହତ...