ଭୁବନେଶ୍ବର ୧୮।୧: ରାଜଧାନୀରୁ ଗିରଫ ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ । ହଂସିତାଙ୍କ ନାମରେ ପୁଣି ଏକ ମାମଲା ରୁଜୁ କରିଛି ପୋଲିସ । ଜାଲ କାଗଜପତ୍ର ଜରିଆରେ ପାସ୍ପୋର୍ଟ କରିଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ସେପଟେ ଠକ ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।
ସୂଚନାଯୋଗ୍ୟ ଯେ, ହଂସିତା-ଅନୀଲଙ୍କ ଠକ ସିଣ୍ଡିକେଟ୍ର ପର୍ଦ୍ଦାଫାଶ ହେବାରେ ଲାଗିଛି । ଜାଲ୍ କାଗଜପତ୍ର ଦେଇ ତିଆରି କରିଥିଲେ ପାସପୋର୍ଟ । ବିଷ୍ଣୁପ୍ରିୟା ଚାନ୍ଦରୁ ସାଜିଥିଲେ ହଂସିତା ଅଭିଲିପ୍ସା । ପୁଣି ଗୋଟିଏ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ-ଜ୍ୱାଇଁ ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ ଠକ ହଂସିତା-ଅନୀଲଙ୍କ ଗୁମର ଖୋଲୁଛି । ଜାଲ୍ କାଗଜପତ୍ର ଦେଇ ପାସ୍ପୋର୍ଟ କରିଥିଲେ ହଂସିତା । ବିଷ୍ଣୁପ୍ରିୟାରୁ ନା ପରିବର୍ତ୍ତନ କରି ହୋଇଥିଲେ ହଂସିତା ଅଭିଲିପ୍ସା । ଆଉ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଇନଫୋସିଟି ଥାନା ପୋଲିସ ପୁଣି ଏକ ମାମଲା ରୁଜୁ କରିଛି ।
ସେପଟେ ଠକ ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି ସରିଛି । ଏଡିଜେ-୨ କୋର୍ଟରେ ଏହି ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ବେଳେ ଅନୀଲଙ୍କ ଓକିଲଙ୍କ ଯୁକ୍ତି ଥିଲା, ଅନୀଲଙ୍କ ନାଁରେ କୌଣସି ଠକେଇ ଅଭିଯୋଗ ନାହିଁ । କାହାର କ୍ୟାମ୍ପସରୁ ଯିବା ଅପରାଧ ନୁହେଁ । ପୋଲିସ ଅନୀଲଙ୍କ ବିରୁଦ୍ଧରେ ଦେଇଥିବା ଦଫା ବେଲେବୁଲ ଅଟେ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ । ସରକାରୀ ଓକିଲ କିନ୍ତୁ ସମୟ ମାଗିଥିବା ଜଣାପଡିଛି ।
ଗତ ଡିସେମ୍ବର ୨୯ ତାରିଖରେ ହଂସିତା ଓ ଅନୀଲଙ୍କୁ ଗିରଫ କରିଥିଲା ପୋଲିସ । ତଦନ୍ତ ବେଳେ ଠକ ହଂସିତା-ଅନୀଲଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଗଲା ପୋଲିସ । ଲୋକଙ୍କୁ ଠକି ରାଜଧାନୀରେ ୪ଟି ଫ୍ଲାଟ କିଣିଥିବା ବେଳେ ୫ଟି ନାମୀଦାମୀ କାର୍ ରହିଛି ।
You Can Read:
ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ତଦନ୍ତ ସମ୍ପର୍କିତ କିଟ୍ : ଡ଼ିଜିପି