ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ତଦନ୍ତ ସମ୍ପର୍କିତ କିଟ୍ : ଡ଼ିଜିପି

Published By : Prameya-News7 Bureau | January 18, 2025 IST

ଭୁବନେଶ୍ବର ୧୮।୧: ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ତଦନ୍ତ ସମ୍ପର୍କିତ କିଟ୍ । ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଥାନାକୁ ଦିଆଯିବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ କହିଛନ୍ତି । ଇନଭେଷ୍ଟିଗେସନ କିଟ୍‌ରେ ରହିବ ଲାପଟପ, ସ୍ମାର୍ଟଫୋନ,  ପେନ୍ଡ୍ରାଇଭ୍ । ଆଇଆଇସି, ଏସଆଇ ଓ ଏଏସଆଇଙ୍କୁ ଏହି କିଟ୍ ମିଳିବ । ବାଇକ୍ ମେଣ୍ଟେନାନ୍ସ ପେଟ୍ରୋଲ ମଧ୍ୟ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜେଟ୍‌ରେ ସ୍ଥାନ ପାଇବ ।

ଗତବର୍ଷ ୨ ଲକ୍ଷ ୨୨ ହଜାର ଅପରାଧିକ ମାମଲା ରୁଜୁ ହୋଇଥିଲା । ଅଧିକାଂଶ ମାମଲା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ପୋଲିସ କରିଥିଲେ । ଅନେକ ସମୟରେ ଅର୍ଥ ଅଭାବ ଯୋଗୁ ତଦନ୍ତରେ ବାଧା ସୃଷ୍ଟି ହେଉଥିଲା । ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି । 

ସେହିଭଳି ୬୭୯ ଥାନାକୁ ସ୍କର୍ପିଓ ଗାଡି ଦିଆଯିବ । ୨୮ ଫେବୃଆରୀ ସୁଦ୍ଧା ନୂଆ ଗାଡି ଥାନାରେ ପହଞ୍ଚିବ । ଏହା ସହିତ ଓଡ଼ିଶା ସୀମାରେ ଥିବା ୧୧ ଗୋଟି ଲୋକ ନଥିବା ଦ୍ବୀପରେ ଜାତୀୟ ପତାକା ପୋଲିସ ଲଗାଇବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି ।

You Can Read:

ଖସଡ଼ା ଦୋଳିରେ ଖେଳୁଥିବା ବେଳେ ଭାଙ୍ଗିଗଲା କଂକ୍ରିଟ୍ ଓ୍ବାଲ୍, ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.