ଏପ୍ରିଲରୁ ଓଡ଼ିଶାରେ ଲାଗୁ ହେବ ଏନ୍ଇପି, ୬୩ ହଜାର ସ୍କୁଲରେ ଖୋଲିବ ଶିଶୁ ବାଟିକା

Published By : Prameya-News7 Bureau | January 21, 2025 IST

ଭୁବନେଶ୍ୱର ୨୧।୦୧ : ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି ) ।  ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ନେଇ ବିଜ୍ଞପ୍ତି ଜାରି ହୋଇଛି। ମଙ୍ଗଳବାର ଠାରୁ ୩ ଦିନ ଧରି ଜାତୀୟ ଶିକ୍ଷା  ନୀତି ୨୦୨୦ ପ୍ରଣୟନକୁ ନେଇ ଜାତୀୟ କର୍ମଶାଳା ଲୋକସେବା ଭବନରେ ଅନୁଷ୍ଠିତ ହେଉଛି। ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଉଛନ୍ତି । ଏହି କର୍ମଶାଳାରେ ବିଭିନ୍ନ ରାଜ୍ୟର ପ୍ରତିନିଧି ମଧ୍ୟ ଯୋଗ ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୂର୍ବ ସରକାର ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ କହିଥିଲେ, ହେଲେ କଲେନାହିଁ । ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆସିବା ପରେ ଏନ୍‌ଇପି ଲାଗୁ ହୋଇଛି । ଏପ୍ରିଲ୍‌ ମାସ ଠାରୁ ରାଜ୍ୟରେ ଏନ୍‌ଇପି ଲାଗୁ ହେବ ବୋଲି ଘୋଷଣା ହୋଇଛି । ନୂଆ ଶିକ୍ଷା ନୀତି ପାଠ୍ୟ ଖସଡ଼ା ପାଇଁ କମିଟି ଗଠନ ହୋଇଛି। ଏନ୍‌ଇପି ଲାଗୁ ପାଇଁ ଓଡିଶାର ଗୋଟିଏ ସର୍ତ୍ତ ଥିଲା ଯେ, ଓଡିଆ ସଂସ୍କୃତି ଐତିହ୍ୟକୁ ନେଇ ପାଠର ଖସଡ଼ା ପ୍ରସ୍ତୁତ ହେବ । ନୂଆ ଶିକ୍ଷା ନୀତିରେ ଓଡିଆ ଛାତ୍ରଛାତ୍ରୀଙ୍କୁ ବୀରପୁରୁଷଙ୍କ ଗାଥା, ନୌବାଣିଜ୍ୟ ଉପରେ ପାଠ ପଢିବେ । ଏହାବ୍ୟତୀତ ବିଜ୍ଞାନରେ ପଠାଣି ସାମନ୍ତଙ୍କ ଉଦାହରଣ ଦିଆଯିବ । କେବଳ ସେତିକି ନୁହେଁ, ଇତିହାସରେ ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତଥ୍ୟ ମଧ୍ୟ ରହିବ ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ହେଉଛି ଶକ୍ତି । ଓଡିଶାରେ ଏନ୍‌ଇପି ଲାଗୁ ହେବାରେ ବିଳମ୍ବ ହୋଇଛି । ୫ ବର୍ଷ ପଛରେ ହେଲେ ବି ଓଡିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି । ଏଥିରେ ପାଠ ପଢା ସହିତ ଖେଳକୁ ଗୁରୁତ୍ୱ ଦିଆଯିବ । ପାଠ ପଢା ପାଇଁ ସମସ୍ତ ପୁସ୍ତକ ଯୋଗାଇ ଦିଆଯିବ । ଆମ ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାର ଭିତ୍ତିଭୂମି କ୍ଷେତ୍ରରେ ଆମେ ପଛରେ ରହିଛୁ । ପୂର୍ବ ସରକାର ଏହାକୁ ପ୍ରାଥମିକତା ଦେଉନଥିଲେ । ଏପିରିକି କିଛି ସ୍ଥାନରେ ଶିକ୍ଷା ଭିତ୍ତିଭୂମି ଆଦୌ ନଥିଲା । ଭଙ୍ଗା କୁଡିଆରେ ପାଠ ପଢା ହୋଇଆସୁଛି । ଏହାକୁ ଆମକୁ ସୁଧାରିବାକୁ ପଡିବ । 

ସେହିପରି ରାଜ୍ୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅଧିକ ରହିଛି । ଏହାକୁ ରୋକିବାକୁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଆରମ୍ଭ ହୋଇଛି । ଯାହା ଦ୍ୱାରା ଡ୍ରପ ଆଉଟ୍‌ ହାର କମିବ । ଗତ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ । ବିଗତ ଦିନରେ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ନଦେଇ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ କଲେ ଲାଭ କ’ଣ। ଶିକ୍ଷାକୁ ଅବ୍ୟବସ୍ଥା ଭିତରକୁ ଠେଲି ଦେଇ ପୁରୁଣା କାନ୍ଥରେ ରଙ୍ଗ ଦେଲେ ଭିତ୍ତିଭୂମି ହୁଏନି। ୨୪ ବର୍ଷ ଶାସନରେ ଦୁର୍ଭାଗ୍ୟଜନକ ସ୍ଥିତି ଥିଲା। 

ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଖତରନାକ୍ ପ୍ଲେୟାର, ଖାଲି ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେଇଯାଉ- ସୌରଭ ଗାଙ୍ଗୁଲି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.