ଭୁବନେଶ୍ୱର: ବିଜେପିର ସମ୍ବିଧାନ ଗୌରବ ଅଭିଯାନରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁର । ସେ କହିଛନ୍ତି, ସମ୍ବିଧାନ ଓ ଆମ୍ବେଦକରଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲା କଂଗ୍ରେସ । ଗରିବ, SC/ST ଏବଂ OBCଙ୍କର ମିତ୍ର ଥିଲେ ଆମ୍ବେଦକର । ହିନ୍ଦୁ କୋଡ୍ ବିଲ, OBC କମିଶନ ବିଲକୁ ନେହରୁ ବିରୋଧ କରିଥିଲେ । ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୨୭ଜଣ ଓବିସି ମନ୍ତ୍ରୀ ଅଛନ୍ତି । କଂଗ୍ରେସ ଆମ୍ବେଦକରଙ୍କୁ ସମ୍ମାନ ଦେଇନଥିଲା । କଂଗ୍ରେସ ପାଇଁ ଆମ୍ବେଦକରଙ୍କୁ ଭାରତ ରତ୍ନ ମିଳିପାରିନଥିଲା ବୋଲି କହିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର ।
କଂଗ୍ରେସ ପାଇଁ ଆମ୍ବେଦକରଙ୍କୁ ଭାରତ ରତ୍ନ ମିଳିପାରିନଥ...