ସିକ୍ୟୁରିଟି ସଂସ୍ଥା ମୁଖ୍ୟଙ୍କ ବିରୋଧରେ ମହିଳା ସୁପରଭାଇଜରଙ୍କ ସଙ୍ଗୀନ ଅଭିଯୋଗ, ଦରମା ବନ୍ଦ କରିବା ସହ ଦେଉଥିଲେ ନିର୍ଯାତନା

Published By : Prameya-News7 Bureau | January 20, 2025 IST

ଭଦ୍ରକ: ‘‘୬ ମାସ ହେବ ଦରମା ଦେଲେନି, ଚାକିରିରୁ କାଢ଼ିଦେଲେ... ଏମିତିକି ମାନସିକ ନିର୍ଯାତନା ଦେବା ସହ ସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ କହୁଥିଲେ ସିକ୍ୟୁରିଟି ସଂସ୍ଥାର ମାଲିକ।’’ ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ସୁପରଭାଇଜର। 

ସୂଚନା ଅନୁଯାୟୀ, ଭବାନୀ ସିକ୍ୟୁରିଟି ସଂସ୍ଥାର ମାଲିକ ଅକ୍ଷୟ କୁମାର ଦାସଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି ମହିଳା ସୁପରଭାଇଜର। ସେ ଅଭିଯୋଗ ଆଣିଛନ୍ତି ସଂସ୍ଥା ମାଲିକ ତାଙ୍କୁ ୬ ମାସ ହେଲା ଦରମା ଦେଇନାହାଁନ୍ତି। ସିକ୍ୟୁରିଟି ମନି ବି ଫେରାଇନାହାଁନ୍ତି। ଏମିତିକି ଶାରୀରିକ ସମ୍ପର୍କ ରଖିବାକୁ କହିଥିବା କଥା ମଧ୍ୟ କହିଛନ୍ତି। 

ଖାଲି ସେତିକି ନୁହେଁ ସଂସ୍ଥାରେ କାମ କରୁଥିବା ଅନ୍ୟ ଯୁବତୀଙ୍କୁ ମାଲିକଙ୍କୁ ପାଖକୁ ଯିବାକୁ ମନାକଲେ ତାଙ୍କ ଉପରେ ବିରକ୍ତ ହେଉଥିଲେ ଏବଂ ତାଙ୍କ ଫଟୋକୁ ଅନ୍ୟ ପିଲାଙ୍କୁ ଦେଇ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା। ତାଙ୍କ ସହ ହୋଇଥିବା ଖରାପ କଥାର ଅଡିଓ ରେକର୍ଡିଂ ଥିବା ମଧ୍ୟ କହିଛନ୍ତି ସେ । ତେବେ ଏହାକୁ ନେଇ ଥାନାରେ ଏତଲା ଦେବା ସହ ନ୍ୟାୟ ଦାବି କରିଛନ୍ତି ମହିଳା। ନ୍ୟାୟ ନମିଳିଲେ ଥାନାର ଏସପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି ମହିଳା। 

ସେପଟେ ମହିଳାଙ୍କ ଅଭିଯୋଗ ପରେ ସଂସ୍ଥା ମୁଖ୍ୟ ଅକ୍ଷୟ ଦାସ ଥାନାରେ ପହଞ୍ଚି ପକ୍ଷ ରଖିଛନ୍ତି । ସେ କହିଛନ୍ତି ମହିଳାଙ୍କ ଅଭିଯୋଗ ଭିତ୍ତିହୀନ, କାର୍ଯ୍ୟରେ ଅବହେଳା କରିବା ସହ ଅସଭ୍ୟ ଭାଷା ବ୍ୟବହାର କରୁଥିବାରୁ ତାଙ୍କୁ କାର୍ଯ୍ୟରୁ ଚାକିରିରୁ ବାହାର କରାଯାଇଛି। ଶାରୀରିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ ଘଟଣା ମିଛ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.