ମୁମ୍ଵାଇ ୨୧।୦୧; ୧୬ ଜାନୁୟାରୀରେ ସୈଫ୍ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ତାଙ୍କ ଘରେ ପ୍ରବେଶ କରିଥିବା ଚୋର ଦ୍ଵାରା ଆକ୍ରମଣର ଶିକାର ହୋଇଥିଲେ । ଯେଉଁଥିପାଇଁ ଅଭିନେତା ଗୁରୁତର ଆହତ ହୋଇଥିଲେ। । ଏହା ପରେ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ । ଏହାରି ମଧ୍ୟରେ ଗୁଡନ୍ୟୁଜ୍ ଅଛି । ସୈଫଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ବହୁତ ଉନ୍ନତ ଆସିଛି। ୫ ଦିନ ହସ୍ପିଟାଲ୍ରେ ରହିବା ପରେ ସୈଫ୍ ଶେଷରେ ଘରୁ ଫେରିବେ । ଆଜି ତାଙ୍କ ହସ୍ପିଟାଲରୁ ଡିସଚାର୍ଜ ମିଳିବ।
ଲୀଲାବତୀ ହସ୍ପିଟାଲର ଡକ୍ଟର ନୀତିନ ଡାଙ୍ଗେ କନଫର୍ମ କରିଥିଲେ କି ସୈଫ୍ ଅଲ୍ଲି ଖାନ୍ଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିବ । ସୂଚନା ଅନୁଯାୟୀ ଡିସଚାର୍ଜ ପାଇଁ ସମସ୍ତ କାଗଜପତ୍ର ଗତକାଲି ରାତିରେ ଦାଖଲ କରିଥିଲେ। ସୈଫ ଆଜି ୧୦ଟା କି ୧୨ ଟା ସମୟରେ ଡିସଚାର୍ଜ ହେବା ନେଇ କୁହାଯାଇଛି । ଆକ୍ରମଣ ପରେ ସୈଫଙ୍କୁ ନେଇ ତାଙ୍କ ଫ୍ୟାନ୍ସ ଚିନ୍ତିତ ଅଛନ୍ତି । ଫ୍ୟାନ୍ସ ମଧ୍ୟ ଅପେକ୍ଷା କରିଛନ୍ତି କି ସୈଫ୍ ଖୁବ୍ ଶୀଘ୍ର ଠିକ୍ ହୋଇ ଘରକୁ ଫେରି ଯାଆନ୍ତୁ ।
କହିବାକୁ ଗଲେ ସୈଫଙ୍କ ଘରେ ୧୬ ଜାନୁଆରୀରେ ମହମ୍ମଦ ଶରୀଫୁଲ ଚୋରି ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ । ଯାହା ଫଳରେ ସେ ୧ କୋଟି ଟଙ୍କ ଦାବି କରିଥିଲେ । ହେଲେ ସୈଫ ଯେତେବେଳେ ଚୋରକୁ ଧରିବାକୁ ଚେଷ୍ଟା କଲେ ସେତେବେଳେ ଅଭିନେତା ଆକ୍ରମଣର ଶିକାର ହୋଇଥିଲେ। ରକ୍ତ ଜୁଡୁବୁଡୁରେ ସୈଫ୍ ଅଟୋରେ ବସି ହସ୍ପିଟାଲକୁ ଯାଇଥିଲେ । ଏହା ପରେ ତାଙ୍କର ସର୍ଜରୀ ହୋଇଥିଲା । ଏବେ ତାଙ୍କୁ ଡିସଚାର୍ଜ ମିଳିବ । କିନ୍ତୁ କିଛି ଦିନ ହେବ ସେ ବେଡ୍ରେଷ୍ଟ କରିବାକୁ ପଡିବ ।