ମାନସିକ ଚାପରେ ଥିଲେ ଛାତ୍ରୀ, ବାପା କହିଲେ- କାହିଁକି ଆତ୍ମହତ୍ୟା କଲା ତାହା ଜଣାନାହିଁ

Published By : Prameya-News7 Bureau | September 04, 2024 IST

ଭୁବନେଶ୍ବର ୪।୯: ଭୁବନେଶ୍ବର IIT ଛାତ୍ରୀ କ୍ରିତିକା ରାଜ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇଆଇଟି ଡିନ୍ ରାଜେଶ ଦାଶ । ସେ କହିଛନ୍ତି, IIT କ୍ୟାମ୍ପସ୍‌ ଆଡମିନିଷ୍ଟେଟିଭ ବ୍ଲକର ପଞ୍ଚମ ମହଲାରୁ ଛାତ୍ରୀ ଜଣଙ୍କ ଡେଇଁ ପଡିଛନ୍ତି । ଲିଫ୍ଟରେ ବାହାରକୁ ଆସିବା ପରେ ଚପଲ ଓ ବ୍ୟାଗ୍ ରଖି ସେ ଡେଇଁ ପଡିଛନ୍ତି । ଛାତ୍ରୀଙ୍କ ଦେହ ଅସୁସ୍ଥତା ଯୋଗୁଁ ୬ ଦିନ ପାଇଁ ଛୁଟିରେ ଥିଲେ କ୍ରିତିକା । ଗତ କିଛି ଦିନ ତଳେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ମାନସିକ ଚାପରେ ଥିବା ମଧ୍ୟ ଜଣାପଡିଛି । ମଙ୍ଗଳବାର ରାତି ୧୧ଟାରେ ଲାଇବ୍ରେରୀକୁ ପାଠ ପଢିବା ପାଇଁ ଯାଇଥିବା ବେଳେ ଡେଇଁ ପଡ଼ିଥିବା ଜଣାପଡିଛି । 

ସେପଟେ ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ଝିଅ କାହିଁକି ଆତ୍ମହତ୍ୟା କଲା ତାହା ଜଣାନାହିଁ । ଆମେ ଖବର ପାଇବା ପରେ ଏଠାକୁ ଆସିଛୁ । ସେ ଚିକିତ୍ସା ପାଇଁ ଛୁଟି ନେଇ ଘରକୁ ଯାଇଥିଲା । ଝିଅ ମେଡିସିନି ଖାଉଥିଲା । ତେବେ କାହିଁକି ଏମିତି କଲା ଜଣାନାହିଁ । 

You Can Read:

ୟୁପି ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍, ଧରାପଡିଥିବା ମାଷ୍ଟରମାଇଣ୍ଡ ବାସୁଦେବପୁରର

  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.