ୟୁପି ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍, ଧରାପଡିଥିବା ମାଷ୍ଟରମାଇଣ୍ଡ ବାସୁଦେବପୁରର

Published By : Prameya-News7 Bureau | September 04, 2024 IST

ବାସୁଦେବପୁର ୪।୯: ଉତ୍ତରପ୍ରଦେଶ ଜାଲ୍‌ ନୋଟ୍‌ କାରବାରର ଓଡ଼ିଶା ଲିଙ୍କ୍ । ୟୁପି ପ୍ରୟାଗରାଜ ମଦ୍ରାସାରେ ଚାଲିଥିଲା ଜାଲ୍‌ ନୋଟ୍ କାରବାର । କାରବାରର ମାଷ୍ଟର ମାଇଣ୍ଡ ଜାହିର ଖାନ୍ର ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ଗ୍ରାମରେ ବୋଲି ଜଣାପଡିଛି । ଜାହିର ୭ବର୍ଷ ହେବ ପ୍ରୟାଗରାଜରେ ରହୁଥିଲେ । ସେଠାରେ ଏକ ମଦ୍ରାସାରେ ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ୟୁପି ପୋଲିସ ଗିରଫ କରିଥିବା ଫୋନ୍ ଆସିଥିଲା ବୋଲି ଜାହିରଙ୍କ ବାପା କହିଛନ୍ତି । ଏହି ଖବରକୁ ନେଇ ବାସୁଦେବପୁର ପୋଲିସ ଜାହିରଙ୍କ ବାପାଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡିଛି ।

ଗତ ୨୮ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ କାରବାର ଠାବ ହୋଇଥିଲା । ମଦ୍ରାସାରେ ଜାଲ୍ ନୋଟ୍ ଛପାଯାଉଥିଲା । ମଦ୍ରାସାରୁ ଜାଲ ନୋଟ୍, ପ୍ରିଣ୍ଟର, ସ୍କାନର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ଥିଲେ ଜାହିର ଖାନ୍ । ଜାହିରର ଘର ଓଡ଼ିଶାର ବୋଲି ପ୍ରୟାଗରାଜ ପୋଲିସ ସୂଚନା ଦେଇଥିଲେ ।

You Can Read:

ଶହ ଶହ କୋଟି ଟଙ୍କାର ହେରଫେର, ବରସୁଆ ଲୌହ ଖଣିରେ CBI ରେଡ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.