କେନ୍ଦୁଝର ୧୫।୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ । ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ଵବିଦ୍ୟାଳୟ ଖେଳପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହର ଆରମ୍ଭ କରିଥିଲେ । ଏଥିରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ପ୍ରଥମେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ସହାୟକ ରାଶି ପ୍ରଦାନ କରିଥିଲେ । ଏହାପରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନେକ ବିରିଷ୍ଠ ନାଗରିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ୩୫୦୦ ଟଙ୍କାର ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ ।
ଏହା ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ତାରିଣୀ ଜୟ ବଳଦେବଜୀଉ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ପବିତ୍ର ମାଟି କେନ୍ଦୁଝରରେ ରାଜ୍ୟର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଆରମ୍ଭ ହେଉଥିବା ବେଳେ ଏହା ସାରା ରାଜ୍ୟରେ ମଧ୍ୟ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଛି । ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ ଓ କେନ୍ଦୁଝର ଜିଲ୍ଲାର ୯୯୧୩ ଜଣ ଏହାର ଲାଭ ପାଇବେ । ନୂଆ ସରକାରକୁ ୭ ମାସ ହେଲା ଓ ଆମ ସରକାର ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି । ହେଲେ ବିଗତ ସରକାର ଲୋକଙ୍କ ଦୁଃଖ ସୁଖ ବୁଝିବାରେ ବିଫଳ ହୋଇଥିଲେ । ତେଣୁ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଆମ ସରକାରକୁ କ୍ଷମତାକୁ ଆଣିଛନ୍ତି । ଉପସ୍ଥିତ ମା' ମାନେ ମୋ ପାଇଁ ମକର ପିଠା ଆଣିଛ କି ନାହିଁ ବୋଲି ପଚାରିଥିଲେ ଓ ଜଣେ ମହିଳା ଆଣିଥିଲେ ଓ ସେ ପିଠା ତାଙ୍କ ପାଖକୁ ଆଣିବାକୁ କହିଥିଲେ । କେତେବେଳେ ମୁଁ କାହା ଘରେ ପହଞ୍ଚିପାରେ ପିଠା ଖାଇବି ବୋଲି କହିଥିଲେ । ଗତକାଲି ମୁଁ ଆସିବା ବେଳେ ରାସ୍ତାରେ ମା’ ମାନେ ମୋତେ ଅଟକାଇ ଟୁସୁଙ୍କୁ ଦର୍ଶନ କରାଇଥିଲେ ଓ ଗୀତ ଗାଇଥିଲେ । ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠ ଚାଲୁ ନଥିଲା ଲୋକେ ବର୍ଷ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠକୁ ଆସି ଫେରୁଥିଲେ । ଏବେ ମୋତେ ଆସି ଅଭିଯୋଗ ପତ୍ର ଦେଉଛନ୍ତି ଓ ଖୁସିରେ କାନ୍ଦୁଛନ୍ତି । ଏବେ ୮୦ ପ୍ରତିଶତ ଲୋକଙ୍କର ଅଭିଯୋଗର ସମାଧାନ ହୋଇଛି । ଗାଁ ଲୋକଙ୍କର ଦୁଃଖ କ’ଣ ମୁଁ ଜାଣିଛି ନିଜେ ଅଙ୍ଗେ ନିଭାଇଛି । ମହିଳାଙ୍କ ସଶସ୍ତିକରଣ ପାଇଁ ମା’ ମାନଙ୍କୁ ୫୦ ହଜାର ପ୍ରଦାନ କରାଯାଉଛି ।
୨୯ ହଜାରରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ହୋଇ ପାରିବେ । ୭୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନେ ମଧ୍ୟ ଏହାର ଲାଭ ପାଇ ପାରିବେ । ପ୍ରତି ପଞ୍ଚାୟତରେ ଏବେ ଆୟୁଷ୍ମାନ ମନ୍ଦିର ପ୍ରତିଷ୍ଠା ହେବ ସେଠାରେ ମାଗଣାରେ ଔଷଧ ସହ ଚିକିତ୍ସା ଯୋଗାଇ ଦିଆଯିବ । ବିଧାୟକ ବଦ୍ରି ପାତ୍ର କହିଥିଲେ ଯିଏ ଯାହା ଭାବୁଛି ଭାବୁ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମୋହନ ବାବୁଙ୍କ ସାଥ୍ ଦେବି ତାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ।
ଏହାପରେ ସର୍କିଟ ହାଉସ ଫେରି କିଛି ସମୟ ବିଶ୍ରାମ ନେବା ପରେ ସନ୍ଧ୍ୟା ସମୟରେ ବଡବିଲ ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଖେଳ ପଡିଆର ଉଦ୍ଘାଟନ କରିବା ପରେ ବଡ଼ବିଲ ମହୋତ୍ସବର ସିଲଭର ଜୁବୁଲି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାତି ସମୟରେ କେନ୍ଦୁଝର ସର୍କିଟ ହାଉସ ଠାରେ ପହଞ୍ଚି ରାତ୍ରୀଯାପନ କରିବେ । ଏହାପରେ ଗୁରୁବାର ଅର୍ଥାତ ଗସ୍ତର ତୃତୀୟ ଦିନରେ ଝୁମ୍ପୁରାର ବାଲିବନ୍ଧ ଠାରେ ଏକ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜସୁଆ ଏୟାର ଷ୍ଟ୍ରିପ୍ରୁ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି I
You Can Read: