ବାରଙ୍ଗ ୧୫।୧: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ହୋଇଛି । ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା ।
ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।
ବାଘୁଣୀ ରୂପାର ଅଢେଇ ମାସର ଧଳା ଛୁଆ ଅସୁସ୍ଥ, ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା
ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ୨ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରୂପା ୪ଟି ଶାବକ ଜନ୍ମ ଦେଇଥିଲା । ତେବେ ସେଥି ମଧ୍ୟରୁ କିଛି ଦିନ ହେବ ଏକ ଧଳା ମାଈ ଶାବକ ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ମା’ ବାଘୁଣୀ ରୂପା ଠାରୁ ଶାବକକୁ ଅଲଗା କରି ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ବୁଧବାର ସକାଳୁ ଶାବକଟିର ମୃତ୍ୟୁ ହୋଇଛି ।
You Can Read:
କଟକର ପ୍ରସିଦ୍ଧ ଗୁଡ଼ି ଉଡ଼ା ପରମ୍ପରାକୁ ବଞ୍ଚାଇ ରଖିଲେ କୁନି ପ୍ରତିଭା, ଏକାଠି ହୋଇ ଆଙ୍କିଲେ ଚିତ୍ର