ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ବ୍ୟାଟର ସୁରେଶ ରାଇନାଙ୍କୁ ଇଡିର ନୋଟିସ୍। ବୁଧବାର ( ୧୩ ଅଗଷ୍ଟ)କୁ ଇଡି ପଚରାପଚରି ପାଇଁ ନିଜର ଦିଲ୍ଲୀ ସ୍ଥିତ ଅଫିସକୁ ଡାକିଛି। କେନ୍ଦ୍ର ତଦନ୍ତକାରୀ ସଂସ୍ଥା ବେଟିଂ ଆପ୍ 1xBet ମାମଲାରେ ତାଙ୍କର ବୟାନ ରେକର୍ଡ କରିବ। କିଛି ଦିନ ପୂର୍ବେ ଆଜତକ୍ ଖବର ବ୍ରେକ୍ କରିଥିଲା ଯେ , ସୁରେଶ ରାଇନା ବେଟିଂ ଆପ୍ ମାମଲାରେ ଇଡିର ତଦନ୍ତ ଘେରରେ ଅଛନ୍ତି ଏବଂ ତାଙ୍କୁ ଖୁବ୍ ଶୀଘ୍ର ପଚରାପଚରି ପାଇଁ ଡକା ଯାଇପାରେ।
ବେଟିଂ ଆପ୍1xBet ସୁରେଶ ରାଇନାଙ୍କୁ ଗତ ବର୍ଷ ଡିସେମ୍ୱରରେ ନିଜର ଗେମିଂ ଆମ୍ୱାସାଡର କରିଥିଲା। ବେଟିଂ କମ୍ପାନୀ ସେତେବେଳେ କହିଥିଲା , ସୁରେଶ ରାଇନାଙ୍କ ସହ ଆମର ଏହି ପାର୍ଟନରସିପ୍ ସ୍ପୋର୍ଟ୍ସ ବେଟିଂର ପ୍ରଶଂସକଙ୍କୁ ଦାୟିତ୍ୱର ସହ ବେଟିଂ ପାଇଁ ପ୍ରୋତ୍ସାହିତ କରିବ। ଏଥିପାଇଁ ତାଙ୍କର ଏହି ଭୂମିକାକୁ ରେସପନ୍ସିବଲ ଗେମିଂ ଆମ୍ୱାସାଡର ର ନାମ ଦିଆଯାଇଛି ଏବଂ ସେ ଆମ ବ୍ରାଣ୍ଡର ଏହିପରି ପ୍ରଥମ ଆମ୍ୱାସାଡର।
ଇଡି ଗତ କିଛି ଦିନରୁ ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୁଦ୍ଧରେ ତଦନ୍ତକୁ ଜୋରଦାର କରିଛି ଏବଂ ଏପରି ବେଟିଂ ପ୍ଲାଟଫର୍ମର ଫିଲ୍ମ ସେଲିବ୍ରିଟି ଓ କ୍ରିକେଟରଙ୍କ ଦ୍ୱାରା କରାଯାଉ ଥିବା ବିଜ୍ଞାପନ ଉପରେ ଧ୍ୟାନ କେନ୍ଦ୍ରିକ କରୁଛି। ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନ ସମ୍ପର୍କରେ ଚାଲିଥିବା ତଦନ୍ତର ଏକ ଏକ ଅଂଶ ଭାବରେ, ଇଡି ପୂର୍ବରୁ ପୂର୍ବତନ କ୍ରିକେଟର ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କ ସହିତ ଅଭିନେତା ସୋନୁ ସୁଦ ଏବଂ ଉର୍ବଶୀ ରୌତେଲାଙ୍କୁ ପଚରାଉଚରା କରି ସାରିଛି।