ନିର୍ଣ୍ଣାୟକ ଟି-୨୦ରେ ସୂର୍ଯ୍ୟଙ୍କ ଲଢୁଆ ଅର୍ଦ୍ଧଶତକ, ଇଣ୍ଡିଜକୁ ୧୬୬ ରନ ଟାର୍ଗେଟ୍

Published By : Prameya-News7 Bureau | August 13, 2023 IST

ଫ୍ଲୋରିଡ଼ା: ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲାରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ୬୧ ରନର ଇନିଂସ ବଳରେ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ତିଳକ ବର୍ମା ୨୭ ରନ କରିଥିବା ବେଳେ ଅନ୍ୟ ବ୍ୟାଟର ଦଳକୁ ନିରାଶ କରିଛନ୍ତି। ଫଳରେ ଭାରତ ବିଶାଳ ସ୍କୋର କରି ପାରିନାହିଁ। ସିରିଜ୍ ଜିତିବା ପାଇଁ ଘରୋଇ ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ୧୬୬ ରନର ବିଜୟ ଲକ୍ଷ୍ୟ ରହିଛି। ସିରିଜ୍ ବର୍ତ୍ତମାନ ୨-୨ରେ ବରାବର ସ୍ଥିତିରେ ରହିଛି। ଇଣ୍ଡିଜ ପକ୍ଷରୁ ସଫଳ ବୋଲର ଭାବେ ରୋମାରିଓ ସେଫାର୍ଡ ୩୧ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଅକିଲ ହୋସେନ ଓ ଜାସନ ହୋଲଡର ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

wp:heading {"level":4}

ଅଧିକ ପଢନ୍ତୁ- କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ

/wp:heading

ଭାରତର ଆରମ୍ଭ ନୈରାଶ୍ୟଜନକ ରହିଛି। ୧୭ ରନ ଭିତରେ ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ(୫) ଓ ଶୁଭମନ ଗିଲ୍(୯) ପାଭିଲିୟନ ଫେରିଥିଲେ। ଏହା ପରେ ଇନଫର୍ମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଚିରାଚରିତ ଶୈଳୀରେ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୬୬ ରନରେ ତିଳକ ଆଉଟ୍ ହେବା ଭାରତକୁ ଝଟକା ଲାଗିଥିଲା। ତିଳକ ୧୮ ବଲ୍‌ରୁ ୩ ଚୌକା ଓ ୨ ଛକା ଜରିଆରେ ୨୭ ରନ କରିଥିଲେ।

{"id":830536,"sizeSlug":"full","linkDestination":"none"}

ପୁଣି ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମଧ୍ୟକ୍ରମରେ ସୂର୍ଯ୍ୟକୁମାରଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନଥିଲେ। ସଞ୍ଜୁ ସାମସନ(୧୩) ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୧୪) ନିରାଶ କରିଥିଲେ। ସୂର୍ଯ୍ୟ ଆଉ ଏକ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ୪୫ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୬୧ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡ଼କୁ ଅକ୍ଷର ପଟେଲ୍(୧୩) କରିଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରି ପାରିଛି।

wp:heading {"level":4}

ଅଧିକ ପଢନ୍ତୁ- ବଦଳିଲା ବିଶ୍ଵକପ୍‌ର ୨୦୨୩ର ଖେଳସୂଚୀ, ଏହି ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚ୍

/wp:heading

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ରୋମାରିଓ ସେଫାର୍ଡ ୩୧ ରନ ଦେଇ ୪ଟି ସଫଳତା ପାଇଛନ୍ତି. ଅକିଲ ହୋସେନ ୨୪ ରନ ଏବଂ ଜାସନ  ହୋଲଡର ୩୬ ରନ ଦେଇ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.