ସୀମା ଟପିଲା ଗୁରୁଙ୍କ ନିର୍ଯାତନା। ଦଣ୍ଡ ଦେଲେ, ମାରିଦେବାକୁ ଧମକ ବିଦେଲେ। ପାଠପଢା ଆଳରେ ୧୩ ବର୍ଷର ଛାତ୍ରକୁ ପ୍ଲାଷ୍ଟିକ୍ ପାଇପ୍ରେ ମାଡ଼ମାରି ଲହୁଲୁହାଣ କରିଦେଲେ ଶିକ୍ଷକ। ଏକ କୋଚିଂ ସେଣ୍ଟରରେ ପାଠ ପଡୁଥିବା ଛାତ୍ରଙ୍କୁ ହୋମଓ୍ୱର୍କ ନ କରିବାରୁ ଛାତ୍ରଙ୍କୁ ଅମାନବୀୟ ଭାବେ ମାଡ଼ ମାରିଲେ ଶିକ୍ଷକ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିୟରର ଏକ କୋଚିଂ ସେଣ୍ଟରରେ। ପୋଲିସ କୋଚିଂ ସେଣ୍ଟରର ମୁଖ୍ୟଙ୍କ ସହିତ ୫ ଜଣଙ୍କ ନାଁ ମାମଲା ରୁଜୁ କରିଛି।
ପୋଲିସର କହିବାନୁସାରେ ଶିକ୍ଷକ ଅଭିଷେକ ଛାତ୍ରଙ୍କ ଗୋଡ଼ ଧରିଥିଲେ। ଛାତ୍ରଙ୍କ ସହପାଠୀ ପିଲାଟିର ହାତ ଧରିଥିଲା। ରାହୁଲ ନାମକ ଅନ୍ୟଜଣେ ପ୍ଲାଷ୍ଟିକ ପାଇପରେ ପିଟିଥିଲା। ଏପରିକି ଅନ୍ୟ ଆଗରେ ଏକଥା ପ୍ରଘଟ କଲେ ହତ୍ୟା କରିବାର ଧମକ ଦିଆଯାଇଥିଲା।
ଗତ ସେପ୍ଟେମ୍ବର ୨ରେ ନାବାଳକ ଛାତ୍ର ଜଣକ କୋଚିଂ ସେଣ୍ଟରରେ ଥିବାବେଳେ ଏହି ଘଟଣାଟି ଘଟିଥିଲା। ଘରେ ଗଣିତ ପାଠ କରିନଥିବାରୁ ରାଗି ଯାଇ ଏଭଳି ଦଣ୍ଡ ଦେଇଥିଲେ ଶିକ୍ଷକ।
କୋଚିଂ ସେଣ୍ଟରର ମୁଖ୍ୟ ଚନ୍ଦ୍ରକାନ୍ତ ମିଶ୍ର, ଉପନିର୍ଦ୍ଦେଶକ ପ୍ରେମ ଶର୍ମାଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ଶିକ୍ଷକ ଅଭିଶେକ ରାହୁଲ ଗୁଜର ଓ ସଙ୍କେତ ଭାରତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।