ଯାତ୍ରା ମଞ୍ଚ ପାଲଟିଲା ରଣଭୂମି, ନିଶା ମହାରଣାଙ୍କ ଡ୍ୟାନ୍ସ ପାଇଁ ଦୁଇ ଗୋଷ୍ଠୀଙ୍କ ଗଣ୍ଡଗୋଳ

Published By : Prameya-News7 Bureau | February 10, 2025 IST

କେନ୍ଦ୍ରାପଡ଼ା ୧୦।୦୨ : ନିଶାଙ୍କ ପାଇଁ ମାର୍‌ପିଟ୍‌ । ଆଇଟମ ଗାର୍ଲ ନିଶା ମହାରଣାଙ୍କ ଡ୍ୟାନ୍ସକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପରିସ୍ଥିତି ଏମିତି ହୋଇଥିବା କି ଅଧାରୁ ଯାତ୍ରା ବନ୍ଦ କରିବାକୁ ପଡିଥିଲା । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୁଦାନଗରୀ ଥାନା ଶୁକ ପରୀକ୍ଷିତ ଆଶ୍ରମ ଠାରେ ଚାଲିଥିବା ମାଘ ମେଳା ଅବସରରେ ଏଭଳି ଘଟଣା ଘଟିଛି । 

ଖବର ଅନୁଯାୟୀ, ଶୁକ ପରୀକ୍ଷିତ ଆଶ୍ରମ ଠାରେ ମାଘ ମେଳା ଅବସରରେ କମିଟି ପକ୍ଷରୁ ଯାତ୍ରାର ଆୟୋଜନ କରାଯାଇଥିଲା । ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସ ପରିବେଶ ପାଇଁ ନିଶା ମହାରଣାଙ୍କୁ ମଧ୍ୟ ଡକାଯାଇଥିଲା । ତେବେ ନିଶା ମହାରଣା ମଞ୍ଚରେ ନୃତ୍ୟ ଆରମ୍ଭ କରିବା ମାତ୍ରକେ କିଛି ଦର୍ଶକ ଏହାକୁ ବିରୋଧ କରିଥିଲେ । ହେଲେ ଅନ୍ୟ କିଛି ଦର୍ଶକ ନିଶା ମହାରଣା ଡ୍ୟାନ୍ସ କରନ୍ତୁ ବୋଲି ଜିଦ୍‌ ଧରି ବସିଥିଲେ । ଶେଷରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲେ । ପରେ ପରେ ଉଭୟ ଗୋଷ୍ଠୀ ଉଭୟଙ୍କୁ ଚେୟାର ଫିଙ୍ଗିଥିଲେ । ଦେଖୁ ଦେଖୁ ଯାତ୍ରା ମଞ୍ଚ ପାଲଟିଥିଲା ରଣଭୂମି । ଏଥିରୁ ବାଦ୍‌ ପଡିନଥିଲେ ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକ। ତେବେ ଏହି ଗଣ୍ଡଗୋଳ ମଧ୍ୟରେ ଯାତ୍ରା କମିଟିର ଦୁଇ ଜଣ ସଦସ୍ୟଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  

ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖି ନିଶା ମହାରଣା ମଞ୍ଚ ଛାଡି ପଳାଇଥିଲେ । ଏପିରିକି ଯାତ୍ରା କଳାକାରମାନେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ କୁଆଡ଼େ ପଳାଇଥିଲେ । ବର୍ତ୍ତମାନ ଯାଏଁ ଯାତ୍ରା କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.