ଭୁବନେଶ୍ବର ୨୩।୮: ସୋମବାରରେ କାର୍ଯ୍ୟରେ ଯୋଗ ଦେଇପାରନ୍ତି ଅମଲା କର୍ମଚାରୀ । ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ଦେଇଛନ୍ତି । କିଛି ସଂଘର ନେତା ବିରୋଧୀଙ୍କ ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି । ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି । ବିଭିନ୍ନ ମହଲରୁ ତଥ୍ୟ ଆସୁଛି । ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ । ଏଇଟା ମୋ ପରିବାରର ସମସ୍ୟା । ସମାଧାନ ପାଇଁ ସମୟ ଲାଗିବ । ବିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନଃଗଠନ । ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି । ବିଗତ ସରକାର ଯେତେ ସମସ୍ୟା ଛାଡିକି ଯାଇଛନ୍ତି ଗୋଟିଏ ବି ସମସ୍ୟାର ସମାଧାନ କରିନାହାନ୍ତି । ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି ସେମାନେ ତାଙ୍କୁ ଚିହ୍ନନ୍ତୁ । ସେମାନେ ମଙ୍ଗଳ ଚାହୁଁ ନାହାନ୍ତି । ଲୋକଙ୍କ ହଇରାଣ ନାପକେଇ କାର୍ଯ୍ୟରେ ଯୋଗ ଦିଅନ୍ତୁ । କିଛି ଲୋକ ଅଛନ୍ତି ସେମାନେ ଏବେ ବି ଭାବୁଛନ୍ତି ପୂର୍ବ ସରକାର ଚାଲିଛି । ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି ତାର ରିପୋର୍ଟ ବି ମୋ ପାଖେ ଅଛି ।
୮ ହଜାର ଅମଲାଙ୍କୁ ଆନ୍ଦୋଳନକୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ । କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରିପାରୁ ନାହାନ୍ତି । କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତାକୁ ପଳେଇ ଆସିବେ । ସେମାନଙ୍କୁ ଜଣାନାହିଁ, ଏ ସରକାର ଯିବାର ନାହିଁ । ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁନାହାନ୍ତି । ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ଏବେ ସରକାର ଅସ୍ତ୍ର ବ୍ୟବହାର କରୁନାହାନ୍ତି । ଯଦି ସେମାନେ ସୁଧୁରିବେ ନାହିଁ । ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ । ତାହେଲେ ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନେ ସମ୍ଭାଳି ପାରିବେ ନାହିଁ ।
You Can Read:
ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ, ଏପର୍ଯ୍ୟନ୍ତ ମିଳିନି ହାଇଦ୍ରାବାଦର ବିକାଶଙ୍କ ପତ୍ତା