ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡି, କେମିତି ଚାଲିବ ସରକାର : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 17, 2025 IST

ଭୁବନେଶ୍ବର ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡି, କେମିତି ଚାଲିବ ସରକାର । ବିଧାନସଭାରେ ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି ଯେ, ରାଜ୍ୟରେ ୬୭ ଆଇଏଏସ୍ ଏବଂ ୬୯ ଆଇପିଏସ୍ ପଦବୀ ଖାଲି ପଡ଼ିଛି । ସେହିଭଳି ୬୯ ଆଇଏଫଏସ୍ ପଦବୀ ଖାଲି ପଡ଼ିଥିବା ବେଳେ ୨୫୩ ଓଏଏସ୍ ଏବଂ ଓପିଏସ୍ ପଦବୀ ଖାଲି ପଡିଛି । ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା, ୨୬୩ ଓଆରଏସ୍ ପଦବୀ ଖାଲି ପଡିଛି । 

ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

You Can Read:

AI କ୍ୟାମେରା ସହାୟତାରେ ଜଙ୍ଗଲରେ ନିଆଁ ଲାଗିବାର ସମସ୍ତ ତଥ୍ୟ ଶୀଘ୍ର ବନ ବିଭାଗକୁ ମିଳିପାରୁଛି : PCCF

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.