ଭୁବନେଶ୍ବର ୪।୭: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ । ଛତିଶଗଡରେ ବର୍ଷା ହେଉଛି । ତାଙ୍କ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।
ସ୍ୱାଭାବିକ ପ୍ରକ୍ରିୟାରେ SOP ଅନୁସାରେ ହୀରାକୁଦର ୬ଟି ଗେଟ୍ ଖୋଲା ହେବ । ପୂଜା କରିକି ଗେଟ୍ ଖୋଲାଯିବ । ହେଲେ ସତର୍କ ସ୍ଥିତି ନାହିଁ । ୬୩୦ ଫୁଟ ହୀରାକୁଦର ଜଳଧାରଣ କ୍ଷମତା । ଏବେ ଜଳସ୍ତର ୬୦୫ ଫୁଟ ରହିଛି । ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡା ଆଉ କେଉଁଠି ବର୍ଷା ନାହିଁ । ରାସ୍ତା ସମ୍ପ୍ରସାରଣ ଯୋଗୁଁ ଭୁବନେଶ୍ୱରରେ ୬ ନମ୍ବର ଡ୍ରେନ୍ରେ ସ୍ଲାବ୍ ଦବିଛି । ତେଣୁ ଜଳ ନିଷ୍କାସନ ହେବାରେ ସମସ୍ୟା ହେଉଛି । ସକାଳେ ଘଟଣାସ୍ଥଳ ପରିଦର୍ଶନ କରାଯାଇଛି । ଜଳ ସମ୍ପଦ ବିଭାଗ ଅସ୍ଥାୟୀ ବିକଳ୍ପ ଭାବେ ତାକୁ ଖୋଳିକି ପାଣି ବାହାର କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
You Can Read:
ବନ୍ୟାଞ୍ଚଳରେ ତଦାରଖ କରୁଛନ୍ତି ଜିଲ୍ଲାପାଳ, ପାଠପଢାରେ ସମସ୍ୟା ଉପୁଜିଲେ ବନ୍ଦ ହୋଇପାରେ ସ୍କୁଲ