ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା : ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ

Published By : Prameya-News7 Bureau | July 03, 2025 IST

ଭୁବନେଶ୍ବର ୩।୭: ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ବିପଦ ସଂକେତ ତଳେ ଅଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ (ପ୍ରୋକ୍ୟୁରମେଣ୍ଟ) । ଝାଡ଼ଖଣ୍ଡରେ ଯେଉଁ ଘୂର୍ଣ୍ଣିବଳୟ ହୋଇଛି, ତାହା ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ ।ହୀରାକୁଦ ପାଇଁ ବିପଦ ନାହିଁ ବ୍ରାହ୍ମଣୀ ପାଇଁ ବି ରେଙ୍ଗାଳି ଓ ହୀରାକୁଦ ଜଳ ଧାରଣ ପାଇଁ ପ୍ରସ୍ତୁତ ଅଛି । ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ । ଗାଁ ଭିତରୁ ପାଣି ଛାଡ଼ୁନି । ଅସମୟରେ ପାଣି ଆସିଲା । ତେବେ ଖୁବ୍‌ଶୀଘ୍ର ଏହା ସମୁଦ୍ରକୁ ଯିବାର ଆଶା ଅଛି । ଝାଡ଼ଖଣ୍ଡର ଚାନ୍ଦିଲିର ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ବର୍ଷା ବଢ଼ୁଛି । କେଉଁ ମାସ କେତେ ବର୍ଷା ଆକଳନ କରି ହେଉନି । ଗତ ମାସ ମୟୁରଭଞ୍ଜରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଘାଇ କେଉଁଠି ବି ହୋଇନି । ବର୍ଷା ସବୁଠି ଅଧିକ ହେଉନି । ମହାନଦୀରେ ୬୦ ମିଲିମିଟର ବର୍ଷା, ବ୍ରାହ୍ମଣୀରେ ୩୦ ମିଲିମିଟର ବର୍ଷା ହୋଇଛି । ଏକକାଳୀନ ଉପର ଓ ତଳ ମୁଣ୍ଡରେ ସହ ବାଦଲ ଫାଟିଲେ ବନ୍ୟା ହେବ । ତେବେ ବାଦଲଫଟା ବର୍ଷାର ସମ୍ଭାବନା ନାହିଁ । ଡ୍ୟାମ୍‌ର ଅବବାହିକାରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାରେ ସ୍ଥିତି । 

You Can Read:

ମୋବାଇଲ୍ ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ : ସାଙ୍ଗ ଡାକି ନେଇଥିଲା ଘରୁ, ଗାଁଠାରୁ ୨ କି.ମି. ଦୂର ଜଙ୍ଗଲରୁ ମିଳିଲା ମୃତଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.